ବିଶ୍ୱବିଦ୍ୟାଳୟ ଓ କଲେଜରେ ଆରମ୍ଭ ହେବ ହେଲଥ୍ କ୍ଲାସ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ଫିଟନେସ୍ ଅଭିଯାନ ଆରମ୍ଭ କରିଥିବାବେଳେ ଏବେ ୟୁଜିସି ଉଚ୍ଚଶିକ୍ଷା ଅନୁଷ୍ଠାନରେ ହେଲଥ କ୍ଲାସ୍ ଆରମ୍ଭ କରିବାକୁ ଯାଉଛନ୍ତି। ବିଶ୍ୱବିଦ୍ୟାଳୟ ଓ କଲେଜରେ ଆରମ୍ଭ ହେବାକୁ ଯାଉଛି ହେଲ୍ଥ କ୍ଲାସ୍ ।ପ୍ରତି ଶିକ୍ଷାନୁଷ୍ଠାନ ନିଜର ଏକାଡେମିକ୍ କ୍ୟାଲେଣ୍ଡରରେ ଫିଟନେସ୍ ପିରିୟଡ ସୂଚୀ ବାହାର କରିବା ପାଇଁ ପରାମର୍ଶ ଦେଇଛନ୍ତି।

ନୂଆ ଗାଇଡଲାଇନ୍ ଅନୁସାରେ ସ୍ୱାସ୍ଥ୍ୟର ଯତ୍ନ ଲାଗି ଶିକ୍ଷା ଅନୁଷ୍ଠାନ ତତ୍ପର ହେବା ଉଚିତ।ବିଶେଷକରି ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ, କର୍ମଚାରୀ ଓ ଅଧ୍ୟପକମାନେ ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ଅତିକମରେ ୧ଘଣ୍ଟାର ଫିଟନେସ୍ ଯଥା ବ୍ୟାୟାମ, ଯୋଗ, ଧ୍ୟାନ, ଚାଲିବା, ସାଇକେଲିଂ, ପ୍ରାଣାୟମ, ଡ୍ୟାନ୍ସ ପାଇଁ ଉତ୍ସହିତ ହେବା ଉଚିତ। ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ଫିଟନେସ୍ ଆକ୍ଟିଭିଟି ପାଇଁ ଲିଡର ଓ ମେଣ୍ଟର ରହିବେ। ପ୍ରେରଣାଦାୟକ ବକ୍ତା ଓ ଯୋଗ ଶିକ୍ଷକ ତାଲିମ ଦେବାପାଇଁ କ୍ୟାମ୍ପସକୁ ଆସିପାରିବେ।

କେବଳ ସେତିକି ନୁହେଁ, ମାନସିକକଗ୍ରସ୍ତ ଓ ଚିନ୍ତାଗ୍ରସ୍ତ ଛାତ୍ରଛାତ୍ରୀମାନେ କିପରି ଚିନ୍ତାରୁ ବିରତ ରହିବେ ସେଥିନେଇ ଉପଯୁକ୍ତ ଶାରିରୀକ ମାନସିକ ସ୍ତରରେ ଶିକ୍ଷା ଦିଆଯିବ। ଏହାସହ ପ୍ରତି ୩ମାସରେ କ୍ରୀଡା ପ୍ରତିଯୋଗିତା ହେବାସହ ବର୍ଷକୁ ଥରେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ, କର୍ମଚାରୀ ଓ ଅଧ୍ୟାପକମାନେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ।