ଛାତ୍ରୀମାନଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପ୍ରଧାନ ଶିକ୍ଷକ ନିଲମ୍ବିତ, ଥାନାରେ ଅଟକ

ଯୋଡ଼ା,ଏନ୍ଏନ୍ଏସ୍: ଜଣେ ପ୍ରଧାନ ଶିକ୍ଷକ ଛାତ୍ରୀମାନଙ୍କୁ ଅସଦାଚରଣ କରିବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି। ଏଥିସହ ତାଙ୍କୁ ଥାନାରେ ଅଟକ ରଖାଯାଇଥିବା ଜଣାଯାଇଛି। ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି।

ସୂଚନା ଅନୁସାରେ ଉକ୍ତ ବିଦ୍ୟାଳୟର ଛାତ୍ରୀ ନିବାସରେ ପ୍ରଧାନ ଶିକ୍ଷକ ବାଣେଶ୍ୱର ପାତ୍ର ନିୟମିତଭାବେ ଛାତ୍ରୀମାନଙ୍କୁ ଅସଦାଚାରଣ କରୁଥିବା ବେଳେ ଗତ ୨ଦିନ ତଳେ ସେଠରେ ଜଣେ ରୋଷେୟା ମଦ୍ୟପାନ କରି ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଏଥିରେ ଅତିଷ୍ଠ ହୋଇ ଛାତ୍ରୀମାନେ ହଷ୍ଟେଲ ଛାଡିଥିବାର ଖବର ମିଳିଛି। ଏହି ପରିପ୍ରେକ୍ଷୀରେ ୪୦ଜଣ ଛାତ୍ରୀ ହଷ୍ଟେଲ ଛାଡ଼ିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ସୂଚନା ଦେବାରେ ସେ ତଦନ୍ତ କରି ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି। ପରେ ବାମେବାରି ଥାନାରେ ଶୁକ୍ରବାର ରାତ୍ରିରୁ ଅଟକ ଥିବା ଜଣାଯାଇଛି।