ଘରୁ ଅଫିସ କାମ କରୁଛନ୍ତି କି?

ନୂଆଦିଲ୍ଲୀ: କରୋନା ଯୋଗୁଁ ବିଶ୍ୱର ଅଧିକାଂଶ ଦେଶ ଲକଡାଉନରେ ରହିଥିବାରୁ ଲୋକେ ଘରେ ରହି ଅଫିସ୍ କାମ କରୁଛନ୍ତି। ଏହାଦ୍ୱାରା ସେମାନଙ୍କୁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରିବାକୁ ପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲୋକଙ୍କ ପାଇଁ କିଛି ସୂଚନା ଜାରି କରିଛି। ତେବେ ଆସନ୍ତୁ ଜାଣିବା ଘରେ ରହି କାମ କରୁଥିବା ଲୋକମାନେ କେଉଁସବୁ ଦିଗ ପ୍ରତି ଦୃଷ୍ଟି ଦେବା ଉଚିତ।
* କାମ କରିବା ସମୟରେ ଗୋଟିଏ ମୁଦ୍ରାରେ ବସନ୍ତୁ ନାହିଁ। ପ୍ରତି ଅଧ ଘଣ୍ଟାରେ ଅତି କମରେ ୩ ମିନିଟ୍ ପାଇଁ ଉଠି ଷ୍ଟ୍ରେଚ କରନ୍ତୁ।
* ଦୀର୍ଘ ସମୟ ଧରି କମ୍ପ୍ୟୁଟର ସ୍କ୍ରୀନକୁ ଦେଖନ୍ତୁ ନାହିଁ। ପ୍ରତି ୨୦ ମିନିଟରେ ଦୁଇ ହାତକୁ ରଗଡ଼ି ଆଖିରେ ରଖନ୍ତୁ। ଏଭଳି କରିବା ଦ୍ୱାରା ଆଖି ପୋଡ଼ାଜଳା ସମସ୍ୟା ଦୂର ହେବ।
* ଶରୀରକୁ ସକ୍ରିୟ ରଖିବା ପାଇଁ ଶିଢ଼ିରେ ଉପର-ତଳ ହୁଅନ୍ତୁ। ଏହାଦ୍ୱାରା ମାଂସପେଶୀ କାର୍ଯ୍ୟକ୍ଷମ ହେବା ସହ ଥକାପଣ ଦୂର ହେବ।

* ପ୍ରତିଦିନ ନିଶ୍ଚିତରୂପେ ବ୍ୟାୟାମ କରନ୍ତୁ।
* ନିଜ ମନପସନ୍ଦର ଗୀତରେ କିଛି ସମୟ ଡ୍ୟାନ୍ସ କରନ୍ତୁ।