ଦେବଗଡ,ଏନ୍ଏନ୍ଏସ୍ : ଦେବଗଡ଼ ଜିଲ୍ଲା ରିଆମାଳ ଫରେଷ୍ଟ ରେଞ୍ଜ ପଳସମା ସେକ୍ସନ ଲକ୍ଷ୍ମୀପୁର ବିଟ ଅନ୍ତର୍ଗତ ବର୍ଡାନାଳୀ ଗ୍ରାମରେ ହାତୀ ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗିଥିବା ଜଣା ପଡିଛି ।
ମିଳିଥିବା ସୂଚନା ଅନୁଯାୟୀ, ବର୍ଡାନାଳୀ ଗ୍ରାମରେ ଗତ କିଛି ଦିନ ଧରି ଏକ ଦନ୍ତା ହାତୀ ଉକ୍ତ ଅଂଚଳରେ ଆତଙ୍କ ସୃଷ୍ଟି କରିଥିବା ବେଳେ କିଛି ଦିନ ପୂର୍ବେ ଉକ୍ତ ଅଂଚଳର ୨ଟି ଘରକୁ ଭାଙ୍ଗିବା ସହ ଘରେ ଥିବା ଧାନ ଓ ଚାଉଳକୁ ଖାଇ ଯାଇଥିଲା। ତେବେ ବନ ବିଭାଗ ଓ ଗ୍ରାମବାସୀମାନେ ଉକ୍ତ ଅଂଚଳରୁ ହାତୀକୁ ଘଉଡାଇବା ପରେ କିଛି ଦିନର ନୀରବତା ପରେ ଗତକାଲି ପୁଣି ଥରେ ବର୍ଡାନାଳୀ ଗ୍ରାମର ଦୁର୍ଯୋଧନ ସାହୁଙ୍କ ଟାଇଲ ଛପର ଘରକୁ ଭାଙ୍ଗି ଦେଇଥିବା ଜଣା ପଡିଛି ।
ଅନୁରୂପ ଭାବେ ବାରକୋଟ ରେଞ୍ଜ ଅନ୍ତର୍ଗତ ସରୁଆଲୀ ଗ୍ରାମରେ ଅଜିତ ନାଏକ ନାମକ ବ୍ୟକ୍ତିଙ୍କ ଘରକୁ ଏକ ଦନ୍ତା ହାତୀ ଭାଙ୍ଗି ଥିବା ଜଣାପଡିଛି । ଦେବଗଡ ଜିଲ୍ଲାରେ ହାତୀ ମଣିଷ ଲଢେଇ ଏକ ନୀତିଦିନିଆ ଘଟଣା ହେବାକୁ ବସିଥିବା ବେଳେ ହାତୀଙ୍କ ପାଇଁ ଉଦ୍ଧିଷ୍ଟ ଜଙ୍ଗଲକୁ ନଷ୍ଟ କରି ସେଠାରେ ଜନ ବସତି ଗଢି ଉଠୁଥିବାରୁ ଏଭଳି ପରିସ୍ଥିତି ଦେଖା ଯାଉଥିବା ବନଖଣ୍ଡ ଅଧିକାରୀ କ୍ଷମା ଷଢଙ୍ଗୀ ମତବ୍ୟକ୍ତ କରିଛନ୍ତି ।