ହାଟଡ଼ିହି,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀଙ୍କ ଅଜବ ବୈଠକ। ଯେଉଁ ଥିରେ ଦଳୀୟ କର୍ମୀଙ୍କ ସହ ନିଜେ ବିଧାୟକ ସରକାରଙ୍କ କରୋନା ମହାମାରିର ବାର୍ତାରେ ଲକ ଡାଉନକୁ ନ ମାନିବା ସହ ଚାଉଳ ଲୋକଙ୍କୁ କାହିଁକି ମିଳୁନି ତାହା ନେଇ ଢେଙ୍କା ପଂଚାୟତରେ କେତେକ ସମର୍ଥକ ଓ ଦଳୀୟ କର୍ମୀଙ୍କ ସହ ଢେଙ୍କା ସରପଂଚ,ପଂଚାୟତ ନିର୍ବାହୀ ଅଧିକାରୀ, ଜିଆରଏସଙ୍କୁ ଡାକି ଆଲୋଚନା କରୁଥିଲେ। ଏଥିରେ ଦଳୀୟ ଲୋକଙ୍କ ସହ ବହୁ ସଂଖ୍ୟକ ଲୋକ ଅଭିଯୋଗ କରିବାକୁ ଆସିଥିଲେ। ପଂଚାୟତରେ ଥିବା ବିଧାୟକ ସତେ ଯେମିତି ଜନ ଶୁଣାଣି କରୁଛନ୍ତି ଅନୁଭବ ହେଉଥିଲା, ଏଥିରେ ଚଳିତ ମାସରେ ବର୍ତ୍ତମାନ ସାରା ବିଶ୍ୱକୁ ଗ୍ରାସୀ ଥିବା କରୋନା ସମୟରେ କେହି ଅନାହାରରେ ମୃତ୍ୟୁ ନହେବାପାଇଁ ସରକାର ନିର୍ଦେଶ ରହିଛି ।
ଯାହାକୁ ନେଇ ବିଧାୟକଙ୍କ କହିବା ଅନୁଯାୟୀ, ଚାଉଳ ପ୍ରଦାନ କରାଯାଇଥିଲା। ଯେଉଁ ଥିରେ ସରକାରଙ୍କ ସୁଚିନ୍ତିତ ଅର୍ଥ ବାଟ ମାରଣାକୁ ରୋକିବା ଦିଗରେ ଆଧାର କାର୍ଡ ଲିଙ୍କ ବେବସ୍ଥା କରିଥିଲେ। ସମସ୍ତ ଜବ କାର୍ଡ, ଅତ୍ୟାବଶ୍ୟକ ସାମଗ୍ରୀ, ନାରେଗା, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତାକୁ ସ୍ୱଚ୍ଛ କରିବା ଦିଗରେ ଏହା ଆବଶ୍ୟକ। ତେଣୁ ଯେଉଁ ଲୋକମାନେ ଏସବୁରେ ଲିଙ୍କ କରିନାହିଁନ୍ତି ସେ ଏଥିରୁ ବାଦ ପଡ଼ିଥିଲେ। ଯେପରି ଢେଙ୍କା ପଂଚାୟତରେ ବିଧାୟକ ସମାଧାନ କରିବାକୁ ଯାଇ ସମସ୍ତେ ସରକାରୀ ସୁବିଧାର ଲାଭ ନେଇଛନ୍ତି, ଅନ୍ୟତ୍ର ହାଟଡ଼ିହି ବ୍ଲକରେ ୩୦ଟି ପଂଚାୟତରେ ସେହି ଅସୁବିଧା କେବେ ସମାଧାନ କରିବେ ସେ ଦିଗରେ ହାଟଡ଼ିହି ବ୍ଲକବାସୀ ଭୋଟ ଦେଇ ଜିତାଇ ଥିବା ନିରୀହ ଭୋଟରମାନେ ପ୍ରଶ୍ନ କରିଛନ୍ତି ।