ତୁରୁମୁଙ୍ଗା ଥାନା ଅଞ୍ଚଳରେ କୋଭିଡ ନିୟମକୁ ଫୁ: ସଟଡାଉନ ସମୟରେ ବସିଲା ହାଟ

ପାଟଣା,ଏନ୍ଏନ୍ଏସ୍: ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାବେଳେ ସଂକ୍ରମଣ ରୋକିବାକୁ ଜିଲ୍ଲାପାଳ ଅଗଷ୍ଟ ମାସର ପ୍ରତ୍ୟେକ ସପ୍ତାହର ଶନିବାର ଓ ରବିବାରକୁ ସଟଡାଉନ ଘୋଷଣା କରିଛନ୍ତି। ଏହି ସମୟରେ ଦୋକାନ, ବଜାର ହାଟ ଓ ଜନ ଗହଳି ନ କରିବାକୁ ନିର୍ଦ୍ଦେଶ ଥିବା ବେଳେ ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅଞ୍ଚଳରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଖୋଲା ଖୋଲି ଚ୍ୟାଲେଞ୍ଜ କରି ୪୯ ନମ୍ବର ରାଜପଥ କଡ଼ରେ ଥିବା ଚିଲିଦା ଠାରେ ହାଟ ବସିଥିଲା।

ଏହି ହାଟରେ ଲୋକମାନଙ୍କ ପ୍ରବଳ ଭିଡ଼ ହୋଇଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ଜିଲ୍ଲାପାଳ ସଟଡାଉନ ଘୋଷଣା କରିଥିବା ବେଳେ କାହା ନିର୍ଦ୍ଦେଶରେ ହାଟ ବସିଲା, ଏବଂ ସବୁ ଜାଣି ତୁରୁମୁଙ୍ଗା ପୁଲିସ କାହିଁକି ଚୁପ ବସିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।