ହରପିସ୍ ରୋଗର ଅନୁଧ୍ୟାନ ପାଇଁ ୬ ଜଣିଆ କମିଟି ଗଠନ କରାଯାଇଛି – ମନ୍ତ୍ରୀ

ଭୁବନେଶ୍ୱର, ଏନ୍ଏନ୍ଏସ୍ : ହରପିସ୍ ରୋଗର ଅନୁଧ୍ୟାନ ପାଇଁ ଏକ କମିଟି ଗଠନ କରାଯାଇଛି । ଏଥିରେ ସେଂଟ୍ରାଲ୍ ଜୁ ର ୬ ଜଣ ବିଶେଷଜ୍ଞଙ୍କୁ ସାମିଲ୍ କରାଯାଇଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମକେଶରୀ ଆରୁଖ ପ୍ରକାଶ କରିଛନ୍ତି ।
ଅନ୍ୟପକ୍ଷରେ ପିସିସିଏଫ ସନ୍ଦୀପ ତ୍ରିପାଠୀ କହିଛନ୍ତି ଯେ, ବାଘର ରହିବା ସ୍ଥାନ ନିରୂପଣ ପ୍ରକ୍ରିୟା ହୋଇପାରୁନଥିବାରୁ ଅନ୍ୟ ଜୀବଯନ୍ତୁ ମାନଙ୍କୁ ବାହାରୁ ଆଣିବା ସମ୍ଭବ ହେଉନାହିଁ । ରାଜ୍ୟରେ ଥିବା ବନ ସୁରକ୍ଷା ସମିତିର ସଂଖ୍ୟାକୁ ବୃଦ୍ଧି କରିବା ପାଇଁ ମଧ୍ୟ ନିଷ୍ପତି ହୋଇଛି । ଖୁବ୍ ଶୀଘ୍ର ଏନେଇ ପ୍ରକ୍ରିୟା ଆରମ୍ଭ ହେବ । ବର୍ତମାନ ରାଜ୍ୟରେ ୧୧ ହଜାର ବନ ସୁରକ୍ଷା ସମିତି ରହିଛି । ଏହି ସଂଖ୍ୟାକୁ ଆଗାମୀ ଦିନରେ ୨୦ ହଜାରକୁ ବୃଦ୍ଧି କରାଯିବ । ବନ ସଂରକ୍ଷଣ ପାଇଁ ବୈଷୟିକ ଜ୍ଞାନ କୌଶଳର ଉପଯୋଗ କରାଯିବ ।