ଡବ୍ଲ୍ୟୁଏଚଓର ଅଧ୍ୟକ୍ଷ ପଦ ଗ୍ରହଣ କଲେ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ବିଶ୍ୱମଞ୍ଚରେ ଭାରତର ପ୍ରାଧାନ୍ୟତା ବଢ଼ିଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ୩୪ ସଦସ୍ୟ ବିଶିଷ୍ଟ ଡବ୍ଲ୍ୟୁଏଚଓର କାର୍ଯ୍ୟକାରୀ ବୋର୍ଡର ଅଧ୍ୟକ୍ଷ ପଦ ସମ୍ଭାଳିଛନ୍ତି। ସେ ଜାପାନର ଡ. ହିରୋକୀ ନକତାନୀଙ୍କ ସ୍ଥାନ ଗ୍ରହଣ କରିଛନ୍ତି। ବିଶ୍ୱର ପ୍ରତ୍ୟେକ କ୍ଷେତ୍ରକୁ ଚିକିତ୍ସା ସୁବିଧା ଠିକ୍ ଭାବେ ପହଂଚୁଛି କି ନାହିଁ ତା’ର ନିଷ୍ପତ୍ତି ଏବେ ହର୍ଷବର୍ଦ୍ଧନ ହିଁ ନେବେ। ଏହି ଅବସରରେ ସେ କହିଛନ୍ତି କି, ବୈଶିକ ସଙ୍କଟକାଳୀନ ସ୍ଥିତିରେ ଏହି ପଦଭାର ଗ୍ରହଣ କରିଥିବା ନେଇ ମୁଁ ଅବଗତ ଅଛି। ଏହି ସ୍ଥିତିର ମୁକାବିଲା କରିବା ପାଇଁ ଏକ ଦାୟିତ୍ୱବୋଧତାର ଆବଶ୍ୟକତା ରହିଛି।

ସୂଚନାଯୋଗ୍ୟ ଯେ, ଭାରତ କାର୍ଯ୍ୟକାରୀ ବୋର୍ଡର ଅଧ୍ୟକ୍ଷ ପଦ ଏମିତିି ସମୟରେ ସମ୍ଭାଳିଛି, ଯେତେବେଳେ ଚୀନର ଉହାନ ସହରରେ କରୋନାର ଉତ୍ପନ୍ନ ହେବା ଓ ବୈଜିଂ ଦ୍ୱାରା ଏନେଇ ନିଆଯାଇଥିବା ନିଷ୍ପତ୍ତିର ଯାଞ୍ଚର ଦାବି ଖୁବ୍ ଜୋରସୋରରେ ହେଉଛି।