ହରିଚନ୍ଦନଙ୍କ ବୟାନ ଅସତ୍ୟ ଓ ଭିତ୍ତିହୀନ- ସସ୍ମିତ ପାତ୍ର

ଭୁବନେଶ୍ୱର,୫ା୧୦/ଏନ୍ଏନ୍ଏସ୍: ସରକାରଙ୍କ ମୋ ସରକାର କାର୍ଯ୍ୟକ୍ରମ ଉପରେ ଭାରତୀୟ ଜନତା ପାର୍ଟି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ନକରାତ୍ମକ ପ୍ରତିକ୍ରିୟାକୁ ନେଇ ଶନିବାର ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ସସ୍ମିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ ଶ୍ରୀ ହରିଚନ୍ଦନ କିଛି ଦିନ ହେଲା ଅସତ୍ୟ ଓ ଭିତ୍ତିହୀନ ମନ୍ତବ୍ୟ ଦେଇଚାଲିଛନ୍ତି।ଆଗକୁ ବିଜେପୁର ଉପନିର୍ବାଚନରେ ବିଜେପୁରକୁ ହରାଇବା ଭୟରେ ସରକାରୀ କାର୍ଯ୍ୟକ୍ରମକୁ ରାଜନୀତି ସହ ଯୋଡୁଛନ୍ତି। ଏହା ବୋଧହୁଏ ଏକ ଅସଫଳତାର ମାନସିକତା ଯାହାକି ତାଙ୍କ ବୟାନରେ ନିରାଶା ଓ ଭୟ ପରିଲକ୍ଷିତ ହେଉଛି। ୫-ଟି ମନ୍ତ୍ର ଦ୍ୱାରା ପରିଚାଳିତ ମୋ ସରକାର ଓଡିଶାରେ ପରିବର୍ତ୍ତନର ଆଣିବା ପାଇଁ ସମ୍ପୂର୍ଣ୍ଣ ରୂପେ ଉପେଯାଗ୍ୟ। ଯାହା ଉପରେକି ଆମ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ଆସ୍ଥା ପ୍ରକଟ କରିଛନ୍ତି। ସେ ପୂର୍ବରୁ ବି ଭ୍ରଷ୍ଟାଚାର ବିରୁଦ୍ଧରେ କଠୋର ପଦକ୍ଷେପ ନେଇଛନ୍ତି ଏବଂ ଆଗକୁ ଆହୁରି ତାକୁ ବଳିଷ୍ଠ କରାଯିବ ବୋଲି କହିଛନ୍ତି।
ଶ୍ରୀ ହରିଚନ୍ଦନଙ୍କ ବାରମ୍ବାର ଏହି ପ୍ରତିକ୍ରିୟାରୁ ଜମାପଡୁଛି ଯେ ସେ କେତେମାତ୍ରାରେ ଭୟଭୀତ ଓ ବିଜେଡି ସରକାରର ଭଲ ପଦକ୍ଷେପ ବିଜେପି ସରକାରକୁ ବାରମ୍ବାର ଅସଫଳତା ଆଡକୁ ନେଇଯାଉଛି। ନା ଓଡିଶା ଜନସାଧାରଣ ନା ଆମେ ହରିଚନ୍ଦନଙ୍କ ଏହି ବୟାନକୁ ଗମ୍ଭୀରତାର ସହ ନେଉଛୁ।