ବାପା ହେଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭଦୋଦରା,ଏଜେନ୍ସି: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବାପା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଗୁରୁବାର ତାଙ୍କ ବିଦେଶିନୀ ପାର୍ଟନର ନତାଶା ଷ୍ଟାଙ୍କୋଭିଚ୍ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଉଭୟ ନବଯାତକ ଓ ମା ନତାଶା ସୁସ୍ଥ ଅଛନ୍ତି ବୋଲି ହାର୍ଦ୍ଦିକ ତାଙ୍କ ଟ୍ୱିଟ୍‌ର ପୃଷ୍ଠାରେ ଉଲ୍ଲେଖ କରିଛନ୍ତି। ଏଥିସହ ତାଙ୍କ ପୁଅର ହାତକୁ ଧରିଥିବା ଏକ ଫଟୋ ମଧ୍ୟ ଅପଲୋଡ କରିଛନ୍ତି।

ସେ ସୋସିଆଲ ମିଡିଆରେ ଏହା ଘୋଷଣା କରିବା ପରେ ତାଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିଛି। ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପ୍ରଥମେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହା ପରେ କୋଚ୍ ରବି ଶାସ୍ତ୍ରୀ ମଧ୍ୟ ଅଭିନନ୍ଦନ ବାର୍ତ୍ତା ପଠାଇଥିଲେ। ଟିମ୍ ମେଟ, ଶୁଭେଚ୍ଛୁ ଓ ଫ୍ୟାନମାନେ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ବଡ ଭାଇ କ୍ରୁନାଲ ପାଣ୍ଡ୍ୟାଙ୍କ ନିକଟରେ ବିବାହ କରିଥିଲେ। ଏହା ପୂର୍ବରୁ ଚଳିତବର୍ଷ ଜାନୁଆରୀରେ ନତାଶାଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଥିବା କଥା ଜଣାଇଥିଲେ। ଗତ ମେ’ ମାସରେ ସେ ପିତା ହେବାକୁ ଯାଉଛନ୍ତି ବୋଲି ମଧ୍ୟ ସୂଚନା ଦେଇଥିଲେ।

ତାଙ୍କ ସମର୍ଥକଙ୍କୁ ସମ୍ମାନ ଜଣାଇ ସେ ଏବେ ପିତା ହେବା କଥା ମଧ୍ୟ ଜଣାଇଛନ୍ତି। ନତାଶାଙ୍କ ସହ ତାଙ୍କର ନିର୍ବନ୍ଧ ହେବା କଥା ଯେତେବେଳେ ହାର୍ଦ୍ଦିକ ଘୋଷଣା କଲେ, ସେତେବେଳେ ତାଙ୍କ ଭାରତୀୟ ଟିମ୍ ମେଟ ସହ ସମର୍ଥକମାନେ ମଧ୍ୟ ବିଶ୍ୱାସ କରି ପାରି ନଥିଲେ। ସେ କିଛି ଆନୁଷ୍ଠାନିକ କାର୍ଯ୍ୟ ନ କରି ଟ୍ୱିଟରେ ସବୁକିଛି ସୂଚନା ଦେଉଥିବାରୁ ସମସ୍ତେ ଆଶ୍ଚର୍ଯ୍ୟ ହେବା ସ୍ୱାଭବିକ୍।