ଆନ୍ତର୍ଜାତୀୟ ମହିଳା ଦିବସରେ ହାର୍ଡକୋର ମହିଳା ମାଓବାଦୀଙ୍କ ଆତ୍ମ ସମର୍ପଣ ଜିଲ୍ଲା By Nitidin On Mar 8, 2020 Share ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଳା ଏସପି ରିଷିକେଶ ଡି ଖିଲାରୀଙ୍କ ନିକଟରେ ଆଜି ଜଣେ ମହିଳା ହାର୍ଡକୋର ମାଓବାଦୀ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆତ୍ମ ସମର୍ପଣ କରିଛି। ତାଙ୍କ ନାମ ଦେବେ ସୋଡ଼ି ଓ ଘର ଛତିଶଗଡ଼ ରାଜ୍ୟର ସୁକୁମା ଜିଲ୍ଲା ଅନ୍ତର୍ଗତ କୁଶାରାଜ ଗ୍ରାମରେ। ସେ ଗତ ୨୦୧୨ ମସିହାରେ ମାଓ ସଂଗଠନରେ ଯୋଗଦେଇଥିବା ବେଳେ ବର୍ତ୍ତମାନ ଦରଭା ଡିଭିଜନ ଅନ୍ତର୍ଗତ କଟକଲ୍ୟାଣ ଅଞ୍ଚଳର କମିଟି ସଦସ୍ୟ ଭାବେ କାମ କରୁଥିଲେ। ଗତ ୨୦୧୭ରେ ଛତିଶଗଡ଼ର ଦାନ୍ତେୱାଡ଼ା ଜିଲ୍ଲାର ମାଡଜୁମ ନିକଟରେ ପୁଲିସ ସହ ଗୁଳି ବିନିମୟ, ୨୦୧୮ ମସିହାରେ ଚୁରନାର ଗ୍ରାମ ନିକଟରେ ପୁଲିସ ସହ ଗୁଳି ବିନିମୟ, ୨୦୧୯ ମସିହାରେ ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ତୁଳସୀ ଗ୍ରାମ ନିକଟରେ ପୁଲିସ ସହ ଗୁଳି ବିନିମୟ, ୨୦୧୯ ମସିହାରେ ଦାନ୍ତେୱାଡ଼ା ଜିଲ୍ଲାର ଚିକପାଲ ଗ୍ରାମର ଆଡମା ନାମ ଜଣେ ଗ୍ରାମବାସୀଙ୍କୁ ହତ୍ୟା, ୨୦୨୦ ମସିହାରେ କାରକାମ ଗ୍ରାମର ଲକ୍ଷ୍ମଣ ନାମକ ବ୍ୟକ୍ତିକୁ ହତ୍ୟା ଆଦି ହିଂସାକାଣ୍ଡରେ ସମ୍ପୃକ୍ତ ଥିଲେ। ତାଙ୍କ ନାମରେ ରାଜ୍ୟ ସରକାର ୪ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛିା ରାଜ୍ୟ ପୁରୁଷ ମାଓବାଦୀଙ୍କ ଦ୍ୱାରା ଶୋଷିତ ହେବା , ସଂଗଠନ ପକ୍ଷରୁ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ କିଛି କାର୍ଯ୍ୟ କରାଯାଉନଥିବା, ସମ୍ପୃକ୍ତ ଅଞ୍ଚଳର ଟେମୁରୁପାଲ୍ଲୀ, କର୍ତ୍ତନପାଲ୍ଲୀ, ସାଲିମି, ମହୁପଦରରେ ବିଏସଏଫ୍ କ୍ୟାମ୍ପ ପ୍ରତିଷ୍ଠା ପରେ କୁମ୍ବିଂ ଅପରେସନକୁ ଜୋରଦାର କରାଯିବା ସହ ସରକାରଙ୍କ ପକ୍ଷରୁ ତୁଳସୀ ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହେଉଥିବାରୁ ସେ ଆତ୍ମ ସମର୍ପଣ କରିଥିବା ଏସ୍ପି ଶ୍ରୀ ଖିଲାରୀ ପ୍ରକାଶ କରିଛନ୍ତିା ଆନ୍ତର୍ଜାତୀୟ ମହିଳା ଦିବସରେ ସେ ଆଜି ଆତ୍ମ ସମର୍ପଣ କରିଥିବାରୁ ତାଙ୍କୁ ସ୍ୱାଗତ କରୁଛୁ ଓ ରାଜ୍ୟ ସରକାରଙ୍କ ଆତ୍ମ ସମର୍ପଣ ନିତି ଅନୁଯାୟୀ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ମାଲକାନଗିରି ଏସପି ଶ୍ରୀ ଖିଲାରୀ ପ୍ରକାଶ କରିଛନ୍ତି। ମହିଳା ଦିବସ ଅବସରରେ ଆଜି ପୁଲିସ ପକ୍ଷରୁ ଆତ୍ମ ସମର୍ପଣ କରିଥିବା ୧୬ଜଣ ମହିଳାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରାଯିବା ସହ ଶାଢ଼ି ପ୍ରଦାନ କରାଯାଇଥିଲ।। ଏଥିରେ ବିଏସଏଫର ୧୬୦ ବାଟାଲିୟନର କମାଣ୍ଡେଣ୍ଟ ଦୀର୍ଥ ଆଚାରୟ ଉପସ୍ଥିତ ଥିଲେ। Share