ଭବାନୀପାଟଣା,ଏନ୍ଏନ୍ଏସ୍: ପୁଣି କଳାହାଣ୍ଡିରେ ଲଜ୍ୟା। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଚାଉଳିଆପଡ଼ାର ରଜଣେ ବିବାହିତ ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଉକ୍ତ ଗାଁ’ର ବିରଞ୍ଚି ଗୋପାଳଙ୍କ ବିବାହିତ ଝିଅ ବବି(ଛଦ୍ମ ନାମ) ଗତ ୬ ବର୍ଷ ହେବ ସ୍ୱାମୀଙ୍କଠୁ ଛାଡ଼ ପାଇ ନିଜ ବାପା ଘରେ ରହୁଥିଲେ। ଏଥିସହ ସ୍ଵାମୀଙ୍କ ନା’ରେ କ୍ଷତି ପୂରଣ ଦାବିରେ ଧର୍ମଗଡ଼ କୋର୍ଟରେ ମେଣ୍ଟେନାନ୍ସ ପାଇଁ କେଶ୍ କରି ହରି ବାଗ ନାମକ ଓକିଲ ଦ୍ୱାରସ୍ଥ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ଓକିଲଙ୍କ ଠାରେ ମୁନସୀ ଭାବେ କାମ କରୁ ଥିବା ସାମନ୍ତ କୁମାର ନାଏକ ଧର୍ମଗଡ଼ ବସ୍ତି ପଡା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତା ଜଣଙ୍କ ଧର୍ମଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।