ସଇଁନ୍ତଲାରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ଶୁଭାରମ୍ଭ

ସଇଁନ୍ତଲା,ଏନ୍ଏନ୍ଏସ୍: ସାରା ଭାରତ ବର୍ଷରେ ୭୫ ତମ ସ୍ବାଧୀନତା ଉପଲକ୍ଷେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି ଅବସରରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ସ୍ଥାନୀୟ ବିବେକାନନ୍ଦ ପାଠାଗାର ପରିସରରେ ବିଜେପି ବରିଷ୍ଠ ନେତା ମହେନ୍ଦ୍ର କୁମାର ଠାକୁର ଙ୍କ ନେତୃତ୍ବରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦଙ୍କ ବ୍ଲକ୍‌ ପ୍ରତିନିଧି ଅକ୍ଷୟ ରଣା, ସରୋଜ ସାହୁ, ପ୍ରେମା ସ୍ୱାଇଁ, ଦର୍ଶନ ପଧାନ, କୈଳାସ ରଣା, ସୁରେଶ ଦନ୍ତା, ନାରାୟଣ ଚିନ୍ଦା, ବୁବୁନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।