ଜନ୍ମଦନିରେ ପ୍ରଶଂସକଙ୍କୁ ଏପରି କହିଲେ ଅମିତାଭ ବଚ୍ଚନ

ମୁମ୍ବାଇ,ଏଜେନ୍ସି : ବିଗ ବି ଅମିତାଭ ବଚ୍ଚନ ଆଜି ୭୮ ବର୍ଷ ବୟସରେ ପାଦ ଥାପିଛନ୍ତି। ସୋସିଆଲ ମିଡ଼ିଆରେ ନିଜର ଏକ ଫଟୋକୁ ସେୟାର କରି ଅଲଗା ଅଲଗା ଭାଷାରେ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାସହ ସେ ଲେଖିଛନ୍ତି ଆପଣମାନଙ୍କ ଉଦାରତା ଓ ଭଲପାଇବା ମୋ ପାଇଁ ସବୁଠୁ ବଡ଼ ଉପହାର। ଏହାଠାରୁ ଅଧିକ ମୁଁ ଆଉ କିଛି ମାଗି ପାରିବି ନାହିଁ। ଅମିତାଭଙ୍କ ଏହି ପୋଷ୍ଟରେ ତାଙ୍କର ପ୍ରଂଶସକମାନେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

କିଛି ଦିନ ତଳେ ସେ ସୋସିଆଲ ମିଡ଼ିଆରେ କହିଥିଲେ କେବିସି ସେଟରେ ସେ ୧୨ ଘଣ୍ଟା କାମ କରୁଛନ୍ତି। ସେଟରୁ ନିଜର ଏକ ଫଟୋ ସେୟାର କରି ଲେଖିଥିଲେ, ‘କାମରେ ଅଛି, କେବିସି ସେଟରେ ସକାଳ ୯ଟାରୁ ରାତି ୯ଟା ପର୍ୟ୍ୟନ୍ତ। ଏହା ପରେ ରେକର୍ଡିଂ ପାଇଁ ମଧ୍ୟ ଅଛି। ବିନା ପରିଶ୍ରମରେ ଜୀବନରେ କିଛି ବି ମିଳି ନ ଥାଏ।’ ଏହା ବାଦ ସେ କହନ୍ତି ଯେତେ ପର୍ୟ୍ୟନ୍ତ ଜୀବନ ରହିଛି ସେତେ ପର୍ୟ୍ୟନ୍ତ ଜାରି ରହିଛି ସଂଘର୍ଷ ।