ହିନାଙ୍କ ଆକ୍ସିଡେଣ୍ଟ ଭିଡିଓ ଭାଇରାଲ୍

ଟେଲିଭିଜନ ଆକ୍ଟ୍ରେସ୍ ହିନା ଖାନ୍ଙ୍କର ଏକ ଭିଡିଓ ଖୁବ୍ ଭାଇରାଲ୍ ହେଉଛି। ଭିଡିଓଟିକୁ ନିଜ ଇନ୍ଷ୍ଟାଗ୍ରାମ ଷ୍ଟୋରି ସହିତ ପୋଷ୍ଟ କରିଛନ୍ତି ହିନା। ହିନାଙ୍କ ସହିତ ହୋଇଥିବା ଏକ ଦୁର୍ଘଟଣା ଦେଖିବାକୁ ମିଳୁଛି ଏହି ଭିଡିଓରୁ। ଏହି ଭିଡିଓଟି ଏକ ଫିଲ୍ମ ସୁଟିଂ ବେଳର।

ଦୁର୍ଘଟଣାଟି ଫିଲ୍ମର ଏକ ମୁଖ୍ୟ ଅଂଶ। ହିନାଙ୍କ ଏହି ଭିଡିଓଟି ବହୁ ସଂଖ୍ୟାରେ ଦର୍ଶକ ଦେଖିବା ସହିତ ପସନ୍ଦ କରିଛନ୍ତି। ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଥିବା ହିନାଙ୍କର ଏହି ଭିଡିଓଟି ତାଙ୍କର ଅପ୍କମିଂ ଫିଲ୍ମ ‘ହ୍ୟାକ୍ଡ’ର ଆକ୍ସିଡେଣ୍ଟ ସିକ୍ୱେନ୍ସ। ଏହି ଦୃଶ୍ୟରେ ଏକ ଟେମ୍ପୋ ହିନାକୁ ଧକ୍କା ଦେଉଛି ଏବଂ ସେ ତଳେ ପଡ଼ିଯାଉଛନ୍ତି। ଏହି ଦୃଶ୍ୟଟିରେ ଖୁବ୍ ସୁନ୍ଦର ଅଭିନୟ କରିଛନ୍ତି ହିନା। ସେହି କାରଣରୁ ଭିଡିଓଟିକୁ ବାରମ୍ବାର ଦେଖାଯାଉଛି। ‘ହ୍ୟାକ୍ଡ’ ବିକ୍ରମ ଭଟ୍ଟଙ୍କ ଫିଲ୍ମ।

Comments are closed.