ଝାଉଁ ବଣରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଜଗତସିଂହପୁର,ଏନ୍ଏନ୍ଏସ୍: ଜଗତସିଂହପୁର ଜିଲା ଅନ୍ତର୍ଗତ ପାରାଦୀପ ସମୁଦ୍ର କୂଳ ଝାଉଁ ଜଙ୍ଗଲରୁ ରବିବାର ଝୁଲନ୍ତା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ସେମାନେ ଏ ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ପରେ ଜଟାଧାରୀ ମୁହାଣ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଏହା ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ପୁଲିସ ଖୋଳତାଡ଼ କରୁଥିବା ଜଣାଯାଇଛି।

ମୃତ ଯୁବକ ଜଣଙ୍କ ନୂଆବଜାର ଅଞ୍ଚଳର ପ୍ରମୋଦ କମଳା। ତେବେ ସେ ଆତ୍ମହତ୍ୟା କରିଛନ୍ତି କି କିଏ ତାଙ୍କୁ ହତ୍ୟା କରିଛି, ତାହା ଜଣାପଡ଼ି ନଥିବାବେଳେ ଏହି ରିପୋର୍ଟ ପ୍ରସ୍ତୁତ ହେବା ବେଳକୁ ପ୍ରମୋଦଙ୍କ ପରିବାର ପକ୍ଷରୁ ଏହାକୁ ନେଇ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି। ତେବେ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି କୁହାଯାଉଛି।