ଝୁଲନ୍ତା ମୃତ ଦେହ ଉଦ୍ଦାର: ହତ୍ୟା ଅଭିଯୋଗ ଆଣିଲା ପରିବାର

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ ଛେପଲିପାଲି ଗ୍ରାମରେ ବୁଧବାର ଜଣେ ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି। ଏ ନେଇ ପରିବାର ପକ୍ଷରୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଦେବଗଡ଼ ଥାନା ପୁଲିସ ପହଞ୍ଚଂ ମୃତ ଦେହ ଜବତ କରିବା ସହ ବ୍ୟବେଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ ଛେପଲିପାଲି ଗ୍ରାମର କେଦାର ନାଏକଙ୍କ ପୁଅ ସରୋଜ ନାଏକ(୨୨) ଚେନ୍ନାଇରେ ରହି ନିଜ ପିତାଙ୍କ ସହ କାମ କରୁଥିଲେ। ତେବେ ଗତ କିଛିଦିନ ହେବ ସେ ନିଜ ଘରକୁ ଆସିଥିବା ବେଳେ ଗ୍ରାମର ଜଣେ ବିବାହିତା ମହିଳାଙ୍କ ସହ ତାଙ୍କର ପ୍ରେମସମ୍ପର୍କ ଥିବା ସାଧାରଣରେ କୁହାଯାଉଛି। ତେବେ ଏହି ଆଧାରରେ ଉକ୍ତ ମହିଳାଙ୍କ ସ୍ୱାମୀ ହତ୍ୟା କରିଥିବା ସନ୍ଦେହ ହେଉଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି ପୁଲିସ ସୂଚନା ଦେଇଛି। ଏ ନେଇ ଦେବଗଡ଼ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ଋୁଜୁ କରି ତଦନ୍ତ ଆରମ୍ଭ କରିଛି।