ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅଧୀନସ୍ଥ କୁଟୁରା ମୁଣ୍ଡା ଗାଁ ମହୁଲପଡ଼ା ନିକଟରେ ଥିବା ଡ଼ଙ୍ଗା ବାହାଲର ଏକ ଗଛରେ ଯୁବତୀଙ୍କ ଝୁଲନ୍ତା ମୃତଦେହକୁ ସଇଁନ୍ତଲା ପୁଲିସ ଉଦ୍ଧାର କରିଛି । ମିଳିଥିବା ରିପୋର୍ଟ ମୁତାବକ, କଳାହାଣ୍ଡି ଜିଲ୍ଲା ବୁଢ଼ୀପଦର ଗାଁର ସାବିତ୍ରୀ ଭୋଇ ତୁଷୁରା କଲେଜର ପଢ଼ୁଥିଲେ । ସବୁଦିନ ପରି ଆଜି କଲେଜ ପରେ କମ୍ପ୍ୟୁଟର କ୍ଲାସ ସାରି ଆତ୍ମହତ୍ୟା କରିଥିବା ଜଣାପଡ଼ଛି । ଖବର ପାଇ ସଇଁନ୍ତଲା ପୁଲିସ ଘଟଣାସ୍ଥଳରେ ପହଁଚି ଏକ ମାମଲା ରୁଜ୍ଜୁ କରି ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ତୁଷୁରା ପଠାଇ ଦେଇଥିବା ଜଣାପଡ଼ିଛି ।