ଦିବ୍ୟାଙ୍ଗଙ୍କୁ ମିଳିଲା ଟ୍ରାଇସାଇକେଲ

ବରଗଡ଼, ଏନ୍ଏନ୍ଏସ୍: ‘ନିସ୍ୱାର୍ଥ’ ସ୍ୱେଚ୍ଛାସେବୀ ଅନୁଷ୍ଠାନର ଉଦ୍ୟମରେ ବରଗଡ଼ରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିକୁ ପ୍ରଶାସନ ତରଫରୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଛି । ବରଗଡ଼ ଗୋବିନ୍ଦପାଲିର ଦିବ୍ୟାଙ୍ଗ ଭଗତ ମହାନନ୍ଦ ଅସହାୟ ଅବସ୍ଥାରେ ରହୁଥିବା ଜାଣି ନିସ୍ୱାର୍ଥ ପରିବାର ତାଙ୍କୁ ସହଯୋଗର ହାତ ବଢ଼ାଇଥିଲା । ନିସ୍ୱାର୍ଥ ପରିବାରର ରଶ୍ମୀ ଭୋଇ ଏକ ଟ୍ରାଇସାଇକେଲ ପାଇଁ ବ୍ଲକ୍ ପ୍ରଶାସନର ସହଯୋଗ ଲୋଡିଥିଲେ । ବୁଧବାର ବରଗଡ଼ ବିଡିଓ ଯୁଧିଷ୍ଠୀର ମେହେରଙ୍କ ଉପସ୍ଥିତିରେ ଦିବ୍ୟାଙ୍ଗ ଭଗତ ମହାନନ୍ଦଙ୍କୁ ଏକ ଟ୍ରାଇସାଇକେଲ ପ୍ରଦାନ କରାଯାଇଥିଲା।