ଆମେରିକା,ଏଜେନ୍ସି: କାବୁଲରେ ହୋଇଥିବା ବିସ୍ଫୋରଣରେ ୧୨ ଆମେରିକୀୟ ସୈନିକ ସହିଦ ହୋଇଛନ୍ତି। ଏମାନଙ୍କ ମୃତ୍ୟୁ ପରେ ଆଫଗାନିସ୍ତାନରେ ଆମେରିକା ପୁଣି ସକ୍ରିୟ ଥିବା ଜଣାପଡିଛି। ରାଷ୍ଟ୍ରପତି ଜୋ ବାଇଡେନ ସ୍ପଷ୍ଟ କରିଛନ୍ତି ଯେ ଆମେ ତାଲିବାନଙ୍କୁ କ୍ଷମା କରିବୁ ନାହିଁ, ସେମାନେ ଯେଉଁଠି ଥିବେ ଖୋଜି ଖୋଜି ଦଣ୍ଡ ଦେବୁ। ସେ ଏହା ମଧ୍ୟ କହିଛନ୍ତି ଯେ ଆମର ମିଶନ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ।
ଏହି ସମୟରେ, ସହିଦଙ୍କୁ ସମ୍ମାନ ଉଦ୍ଦେଶ୍ୟରେ ଆମେରିକାର ଜାତୀୟ ପତାକା ଅର୍ଦ୍ଧନମିତ ହୋଇ ରହିବ। ହ୍ୱାଇଟ ହାଉସରୁ ମିଳିଥିବା ସୂଚନା ଅନୁଯାୟୀ, ଆମେରିକାର ଜାତୀୟ ପତାକା ଅଗଷ୍ଟ ୩୦ ସନ୍ଧ୍ୟା ପର୍ଯ୍ୟନ୍ତ ଅଧା ନଇଁ ରହିବ। ସୂଚନାଯୋଗ୍ୟ ଯେ, କାବୁଲ ବିମାନବନ୍ଦରରେ ହୋଇଥିବା ବିସ୍ଫୋରଣରେ ୧୨ ଜଣ ଆମେରିକୀୟ ସୈନିକ ପ୍ରାଣ ହରାଇଥିବାବେଳେ ଏଥିରେ ୧୮ରୁ ଅଧିକ ସୈନିକ ଆହତ ହୋଇଛନ୍ତି।