ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ଘୁନସର ପଞ୍ଚାୟତର ଦେଢ଼େଲ ଜଙ୍ଗଲରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ସଇଁନ୍ତଲା ପୁଲିସ ଉଦ୍ଧାର କରିଛି । ମୃତକ ଜଣକ ହେଲେ ଠୂରନିକାନି ଗାଁର ରତିନି ରଣା(୫୫) । ଉକ୍ତ ମାମଲାରେ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର, ସଇଁନ୍ତଲା ଥାନାଧିକାରୀ ଅବନି ସାହୁ ଓ ଏଏସଆଇ ଥବୀର ମହାରଣାଙ୍କ ସମେତ ପୁଲିସ ପ୍ରଶାସନ ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ରିପୋର୍ଟ ମୁତାବକ, ମୃତ ରତିନି ଗତକାଲି ସକାଳୁ ତାଙ୍କର କପା ବିଲକୁ ଆସି ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଆଜି ସକାଳୁ ସ୍ଥାନୀୟ ଜଙ୍ଗଲରୁ ତାଙ୍କର ପୋଡ଼ା ମୃତଦେହ ଦେଖିବାକୁ ପାଇ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ପରେ ତାଙ୍କ ଶବ ନିକଟରୁ ୨ଟି ଚପଲ, ଗୋଟିଏ ଛୋଟ ଧାରୁଆ ଚାକୁ ଓ କିଛି କପଡ଼ା ଉଦ୍ଧାର କରିଥିବା ଜଣାପଡ଼ିଛି । ଏଥିôସହିତ ବିଲରୁ କିଛି ଦୂରରେ ମଦ ପାଉଚ ମଧ୍ୟ ଉଦ୍ଧାର କରାଯାଇଛି । ତେବେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଘଟଣାସ୍ଥଳରେ ସାଇନଣ୍ଟିକଫିକ ଟିମ ମଧ୍ୟ ପହଁଚିଛି । ଏପରିି ଭାବେ ଜାଳି ହତ୍ୟା କରାଯିବାକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଥିବାବେଳେ ପରିବାର ଲୋକେ ସାମିଲ ଥାଇପାରନ୍ତି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।