ରେଲୱେ ୱେବସାଇଟ୍ ହ୍ୟାକିଂ ଅଭିଯୋଗରେ ଜଣେ ଗିରଫ

ବାଲେଶ୍ୱର,ଏନ୍ଏନ୍ଏସ୍: ରେଲୱେ ୱେବସାଇଟକୁ ହ୍ୟାକ କରି ଟିକେଟ ବିକୁଥିବା ଅଭିଯୋଗରେ ରବିବାର ପୁଲିସ ଜଣେ ଇଣ୍ଟରନେଟ କ୍ୟାଫେ ମାଲିକଙ୍କୁ ଗିରଫ କରିଛି। ଅଭିଯୋଗ ଅନୁସାରେ ଦୀର୍ଘ ଦିନ ଧରି ରେଲୱେ ୱେବସାଇଟ ହ୍ୟାକ୍ କରାଯାଇ ଟିକେଟ ବୁକିଂ କରାଯାଉଥିଲା।

ତେବେ ପୁଲିସ ଏହାର ଛାନଭିନ କରିବାପରେ ବାଲେଶ୍ୱର ବାଲିଆପାଳ ଥାନା ବ୍ଲକ୍ ଛକରେ ଥିବା ଇଣ୍ଟରନେଟ କ୍ୟାଫେରୁ ଭିନ୍ନ ଭିନ୍ନ ଆଇଡ଼ିରେ ଏହି ହ୍ୟାକିଂ ହେଉଥିବା ପୁଲିସ ଜାଣିବାକୁ ପାଇଥିଲା। ଏ ନେଇ ରବିବାର ଖଡ଼ଗପୁର ରେଲୱେ ଡିଭିଜନ ପୁଲିସ ବାଲେଶ୍ୱର ସ୍ଥିତ ଇଣ୍ଟରନେଟ କ୍ୟାଫେରେ ପହଞ୍ଚି କ୍ୟାଫେ ମାଲିକଙ୍କୁ ଗିରଫ କରିଛନ୍ତି। ଏହି ପରିପ୍ରେକ୍ଷୀରେ ତାଙ୍କର କମ୍ପ୍ୟୁଟର ଓ ପ୍ରିଣ୍ଟର ମଧ୍ୟ ଜବତ କରି ତଦନ୍ତ ଚଳାଇଛି।