ବିପଦ ସଙ୍କୁଳ ଅବସ୍ଥାରେ ଗୁରୁପ୍ରିୟା ସେତୁ

ବାଲିମେଳା,ଏନ୍ଏନ୍ଏସ୍: ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଗୁରୁପ୍ରିୟା ସେତୁ ବର୍ତ୍ତମାନ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ରବିବାର ଗୁରୁପ୍ରିୟା ସେତୁରେ ଉପରେ ଜଳ ପ୍ରବାହିତ ହେଉଛି । ବାଲିମେଳା ଜଳଭଣ୍ଡାରରୁ ପାଣି ଛାଡାଯିବା ପରେ ଗୁରୁପ୍ରିୟା ନଦୀର ଜଳସ୍ତର ବଢିଯାଇଛି । ଯାହାଦ୍ୱାରା ଗୁରୁପ୍ରିୟା ସେତୁକୁ ପାଣି ଛୁଇଁବାକୁ ଆଉ ମାତ୍ର ଗୋଟିଏ ଫୁଟ ବାକି ଅଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।

ଅନ୍ୟପଟେ ତଳିଆ ଅଞ୍ଚଳର ଚାଷ ଜମିରେ ପାଣି ମାଡି ଫସଲଗୁଡ଼ିକ ନଷ୍ଟ ହୋଇଯାଇଥିବା ଦେଖାଯାଇଛି ଯାହା ଦ୍ୱାରା ଚାଷୀଙ୍କ ଚିନ୍ତା ବଢ଼ାଇଛି। ଚାଷ ଜମିରେ ପଣି ମାଡିଯାଇଥିବାରୁ ଆଗକୁ ସେଥିରୁ କିଛିବି ଅମଳ ହୋଇପାରିଆ ଆଶଙ୍କା ନଥିବା ବେଳେ ଚାଷ ପାଇଁ ଆଣିଥିବା ଋଣ କିପରି ସୁଜିବେ ସେନେଇ ଚିନ୍ତାରେ ଚାଷୀ । ସେହିପରି ଗତକାଲି ଠାରୁ ସ୍ୱାଭିମାନ ଅଞ୍ଚଳରେ ଥିବା ଏକ ମାତ୍ର ମେଡିକାଲ ଜଳବନ୍ଦୀ ହୋଇଯାଇଛି। ଏହି ହସ୍ପିଟାଲକୁ ସ୍ୱାଭିମାନ ଅଞ୍ଚଳର ୩୦ ହଜାର ଲୋକେ ନିର୍ଭର କରୁଥିବା ବେଳେ ଆଜି ଏଠାରେ ସ୍ୱାସ୍ଥ୍ୟବସ୍ଥା ବ୍ୟାଘାତ ହୋଇଛି।