ନୀତା ମୁକେଶ ଅମ୍ବାନୀ କଲଚୁରାଲ ସେଣ୍ଟରରେ ଗୁରୁପୂର୍ଣ୍ଣିମା ମହୋତ୍ସବ

ମୁମ୍ବାଇ: ଆଜି ହେଉଛି ପବିତ୍ର ଗୁରୁ ପୂର୍ଣ୍ଣିମା । ଏହି ଅବସରରେ ସମଗ୍ର ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏହିକ୍ରମେ ନୀତା ମୁକେଶ ଅମ୍ବାନୀ କଲଚୁରାଲ ସେଣ୍ଟରରେ ବିଶେଷ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମର ୩ ପୀଢ଼ୀକୁ ଏକାସହ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା । ପ୍ରଖ୍ୟାତ ସରୋଦ ବାଦକ ପଦ୍ମବିଭୂଷଣ ଉସତାଦ ଅମଜଦ ଅଲି ଖାନ୍‌, ତାଙ୍କ ୨ ପୁଅ ଅମାନ ଅଲି ଓ ଅୟାନ ଅଲ୍ଲି ଏବଂ ଯାଆଁଳା ନାତି ଜୋହାନ ଓ ଅବୀର ଅଲୀ ଉପସ୍ଥିତ ଥିଲେ । । ସଙ୍ଗୀତ ପରିବାରର ୩ ପୀଢ଼ୀଙ୍କ ଉପସ୍ଥିତିରେ ଭାରତର ସମୃଦ୍ଧ ସଙ୍ଗୀତର ଗୁରୁ-ଶିଷ୍ୟ ପରମ୍ପରାର ଏକ ଭିନ୍ନ ଉଦାହରଣ ପ୍ରଦର୍ଶନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ‘ଦ୍ରି ଗ୍ରାଣ୍ଡ ଥିଏଟରରେ’ ବଡ଼ ସଂଖ୍ୟାରେ ଦର୍ଶକ ମହଜୁଦ ଥିଲେ ।

ଉସତାଦ ଜୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା ଏହି ପ୍ରଦର୍ଶନ ‘ସେମ୍ପନୀ ଅଫ୍ ଲାଇଫ’ ବୋଲି ନୀତା ଅମ୍ବାନୀ କହିଛନ୍ତି ।