ଗୁଣୁପୁର ଉପଜିଲ୍ଲାପାଳଙ୍କ ଗୁଡାରି ବ୍ଲକ ଗସ୍ତ

ରାମନାଗୁଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ଗୁଣୁପୁର ଉପଜିଲ୍ଲାପାଳ ଡ. ସିଧେଶ୍ୱର ବଳିରାମ ବନ୍ଦର ଆଜି ଗୁଡାରି ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ଗସ୍ତ କରି କୋଭିଡ ପରିସ୍ଥିତି ଉପରେ ସମୀକ୍ଷା କରିଛନ୍ତି। ସେ ଗୁଡାରି ବ୍ଲକର କିନିଡି ଓ ବିଜ୍ଞାପିତ ଅଞ୍ଚଳର ଡେରାସାହି, ସୌରାସାହି କଣ୍ଟେନମେଣ୍ଟ ଅଞ୍ଚଳ ପରିଦର୍ଶନ କରିଥିଲେ। କୋଭିଡ ନିୟନ୍ତ୍ରଣ ପାଇଁ ସରକାରଙ୍କ ତରଫରୁ ନିଆଯାଉଥିବା ସମସ୍ତ ନିୟମାବଳୀକୁ ପାଳନ କରିବାକୁ  ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ଆଜି ଗୁଡାରିରେ ୧୨ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ପ୍ରଶାସନ ପକ୍ଷରୁ କିପରି ବନ୍ଦୋବସ୍ତ କରାଯାଇଛି ସେନେଇ ଅଧିକାରୀଙ୍କୁ ପଚାରି ବୁଝିଥିଲେ। ଉପଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ବିଡିଓ ନୃସିଂହ ଚରଣ ସେଠୀ, ତହସିଲଦାର ସୁଶ୍ରୀ ଭାରତୀ ଦେବୀ ପ୍ରମୁଖ ଉପସ୍ଥିତ ଥିଲେ।