୭ କୋଟି ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ଗୁଣୁପୁର,ଏନ୍ଏନ୍ଏସ୍:ରାୟଗଡ଼ା ଜିଲ୍ଲା ଗୁଣୁପୁର ଉପଖଣ୍ଡ ପଦ୍ମପୁର ବ୍ଲକର ମେରେଣ୍ଡା ଅଞ୍ଚଳରେ ବ୍ୟାପକ ପରିମାଣର ଗଞ୍ଜଇ ଚାଷ ହୋଇଥିବା ଦେଖବାକୁ ମିଳିଛି। ଗୁଣୁପୁର ଏସଡିପିଓ ରାଜ କିଶୋର ଦାସଙ୍କ ତତ୍ତ୍ୱାବଧାନରେ ପଦ୍ମପୁର ପୁଲିସ, ଜଙ୍ଗଲ ବିଭାଗ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢ଼ଉ କରି ୬୦ ଏକର ଜମିରେ ହୋଇଥିବା ୬୦ ହଜାରରୁ ଉର୍ଦ୍ଧ ଗଞ୍ଜେଇ ଗଛକୁ ନଷ୍ଟ କରିଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୭କୋଟି ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି। ଏନେଇ ପଦ୍ମପୁର ଥାନାରେ ମାମଲା ରୁଜୁ ହୋଇଛି।