୧୧୦ କେଜି ଗଞ୍ଜେଇ ଜବତ : ଜଣେ ଗିରଫ

ଟାଙ୍ଗୀ,ଏନ୍ଏନ୍ଏସ୍ : ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ମଙ୍ଗୁଳି ନିକଟରୁ ଅବକାରୀ ଗୁଇନ୍ଦା ବିଭାଗର ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ଚଢ଼ଉ କରି ୧୧୦ କେଜି ଗଞ୍ଜେଇ ଜବତ କରିଛି। ଏଥି ସହ ଏକ କାର ଜବତ କରାଯାଇଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି।

ସୂଚନାରୁ ପ୍ରକାଶ ଯେ, ସକାଳ ୬ ଟାରେ ଅବକାରୀ ଗୁଇନ୍ଦା ସ୍କ୍ୱାଡ୍ ଅଧିକାରୀ ସୁଶାନ୍ତ କୁମାର ପାଢ଼ୀ ଖବର ପାଇଁ ମଙ୍ଗୁଳି ଛକରେ ଜଗିରଥିବା ବେଳେ ଗଞ୍ଜେଇ ନେଇ ଆଠଗଡ଼ରୁ ବିହାର ଯାଉଥିବା ଓଡି.୦୨.୧୭୮୭ ଗାଡ଼ିଟିକୁ ଜବତ କରିଥିଲେ। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୬ ଲକ୍ଷରୁ ଊଦ୍ଧ୍ୱର୍ ହୋଇଥିବା ବେଳେ ଅଭିଯୁକ୍ତ ଜଣକ ହେଲେ ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ଗ୍ରାମର ଚନ୍ଦ୍ରମଣୀ ତୋଷ ବୋଲି ଜଣାପଡ଼ିଛି।