୨୧୮ କିଲୋ ଗଞ୍ଜେଇ ଜବତ; ୨ ଗିରଫ

କୋରୁକୋଣ୍ଡା,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା ଓରକେଲ ଥାନା ଦୁଇ ଜଣ ଗଞ୍ଜେଇ ଚାଲାଣକାରୀକୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ବ୍ୟକ୍ତି ହେଲେ ଶଙ୍କର କବାସୀ(୨୧), ଭିମା କବାସୀ(୩୦) ଓ ଦୁଇ ଜଣ ମାଲକାନଗିରି ଥାନା ଅନ୍ତର୍ଗତ ତଣ୍ଡାପାଲି ଓ ଯଦୁଗୁଡା ଗ୍ରାମର ବୋଲି ଜଣାପଡିଛି।

ମିଳିଥିବା ସୂଚନାନୁଯାୟୀ, ଓରକେଲ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ରାତି ୭.୩୦ ସମୟରେ ତାରଲାକୋଟା ପଞ୍ଚାୟତର ରଙ୍ଗମାଟିଗୁଡା ଠାରେ ଜଗି ରହିଥିଲେ। ସେହି ସମୟରେ ୭ ଜଣ କାଉଡ଼ିଆ ଭାରରେ ଗଞ୍ଜେଇ ବୋହି ଆଣୁଥିବା ଦେଖିଥିଲେ। ତେବେ ପୋଲିସକୁ ଦେଖି ସମସ୍ତ ଚାଲାଣକାରୀ ଛତ୍ରଭଙ୍ଗ ଦେଉଥିବା ବେଳେ ପୋଲିସ ସେଥିମଧ୍ୟରୁ ୨ ଜଣଙ୍କୁ ଗିରଫ କରିବାରେ ସଫଳ ହେବା ସହ ସେମାନଙ୍କ ଠାରୁ ୧୪ ଟି ବସ୍ତାରେ ୨୧୮ କିଲୋ ୪୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪ ଲକ୍ଷ ୩୬ ହଜାର ହେବ ବୋଲି ପୋଲିସ ସୂଚନା ଦେଇଛି। ତେବେ ସେମାନେ ଏହି ଗଞ୍ଜେଇ ପଦ୍ମଗିରି ଦେଇ ଛତିଶଗଡ଼କୁ ଚାଲାଣ କରୁଥିବା ଥାନାଧିକାରୀ ଜଗଦୀଶ ବାରା ସୂଚନା ଦେଇଛନ୍ତି।