୮୨ କେଜି ଗଞ୍ଜେଇ ସହ ଅଟୋ ଜବତ, ୧ ଗିରଫ

ବଲିଗୁଡା,ଏନ୍ଏନ୍ଏସ୍ : ଗଞ୍ଜେଇ ଚାଲଣ ହେଉଥିବା ନେଇ ବାଲିଗୁଡା ପୋଲିସ ବିଶେଷ ସୁତ୍ରରୁ ଖବରପାଇ ଜଗି ରହିଥିଲା। ଗଞ୍ଜେଇବୋଝା ଅଟୋଆସିବା ବେଳେ ଚଢାଉକରି ୮୨ କେଜି ଗଞ୍ଜେଇ ସହ ଜଣକୁ ଗିରଫ କରିଛି ।

ମିଳିଥିଲା ସୂଚନା ଅନୁଯାୟୀ, ବାଲିଗୁଡା ଥାନା ଅନ୍ତର୍ଗତ ସିନ୍ଦ୍ରିଗାଁ’ ପଂଚାୟତର ଜିଡିଙ୍ଗପଡା ଠାରୁ ସାଡିଙ୍ଗିଆ ଗଞ୍ଜେଇ ଚାଲଣ ହେଉଥିବା ଖବର ପାଇ ପୋଲିସ ଜିରିଙ୍ଗପଡା ଘାଟିଠାରେ ଜଗିରହିଥିଲା। ଏକ ଅଟୋ ଆସିବାର ଦେଖି ତାକୁ ଅଟାକାଇ ଥିଲେ। ଅଟକାଇବାପରେ ଦେଖିବାକୁ ପାଇଥିଲେ ଯେ ସେହି ଅଟୋରେ ଗଞ୍ଜେଇ ଭର୍ତି ହୋଇଥିଲା। ସେହି ଗଞ୍ଜେଇ ଭର୍ତି ଅଟୋ ନମ୍ବର ଓଡି୧୨ଏ୧୪୧୩ କୁ ଥାନା ପରିସରୁ ଆଣିଥିଲେ।

ଅଟୋ ଚଲାଉଥିବା ବ୍ୟକ୍ତି ବିନାୟକ କହଁର ଗ୍ରାମ ବାଲିଗେଟା ଫିରିଙ୍ଗିଆ ପଂଚାୟତର ପଚାରାଉଚାରା କରିବା ସହ ଗଞ୍ଜେଇକୁ ଓଜନ କରିଥିଲେ। ପ୍ରାୟ ୮୨କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ବିନାୟକ କହଁରକୁ ବାଲିଗୁଡା ତାନା କେଶ ନମ୍ବର ୧୧୦/୨୦ରେ ମାମଲା ରୁଜୁ କରି କୋର୍ଟ ଚାଲଣ କରିଛନ୍ତି ଓ ଏହି ମାମଲାର ତଦନ୍ତକାରୀ ଅଧିକାରୀ ଆଇଅଇସି ପ୍ରସାନ୍ତ କୁମାର ବେହେରା ଅଛନ୍ତି ବୋଲି ଏହି ଘଟଣା ଉପରେ ସୁଚାନ ଦେଇଛନ୍ତି ଡିଏସପି ମନୋଜ କୁମାର ପୁଜାରୀ।