ଚୋରକୁ ଧରିବାକୁ ଯାଇ ହଟହଟା ହେଲା ଗୁଣିଆ

ରାଜକନିକା,ଏନ୍ଏନ୍ଏସ୍ : କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଲୁହାରମୁହିଁ ଗାଁ’ରେ ଜନୈକ ଗୁଣିଆ ଚୋରକୁ ଧରିବାକୁ ଆସି ହଟହଟା ହେବା ଘଟଣା ସମଗ୍ର ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ, ଲୁହାରମୁହିଁ ଗ୍ରାମର କାସିମୁଦିନ ଖାଁଙ୍କ ଘରୁ ଗତ ୨୬ ତରିଖ ରାତିରେ ଏକ ସୁନା କାନପୁଂଲ କେହି ଦୁର୍ବୃତ ଲୁଟ କରି ନେଇଥିଲେ । ତେବେ ଗାଁ’ କମିଟି ସୁପାରିଶ କ୍ରମେ କାସିମୁଦ୍ଦିନ ଭଦ୍ରକ ତିହିଡି ଅଂଚଳର ସରାମତ ଅଲ୍ଲିନାମକ ଜନୈକ ଏକ ଗୁଣିଆକୁ ଗ୍ରାମକୁ ଡ଼କାଇ ଥିଲେ । ତେବେ ଗୁଣିଆର ଗୁଣିଆମୀକୁ ପରୀକ୍ଷା କରିବାକୁ ଯାଇ ଏକ ମିଛି ମିଛିକା ମୋବାଇଲ ଚୋରକୁ ଧରିବାକୁ କିଛି ଯୁବକ କହିବାରୁ ଗୁଣିଆ ଗ୍ରାମର ଜନୈକ ବୃଦ୍ଦକୁ ପାତିଆ ଚଲାଇ ଧରିଥିଲେ । ଯାହାଫଳରେ ଗୁଣିଆର ଭାଣ୍ଡାମି ଧରା ପଡ଼ିଯାଇଥିଲା । ପଂଳରେ ପୂର୍ବରୁ ଗୁଣିଆ କାସିମୁଦ୍ଦିନଙ୍କ ଠାରୁ ନେଇଥିବା ଅଗ୍ରୀମ ୫ ହଜାର ଟଙ୍କା ପେଂରାଇ ଗ୍ରାମବାସୀଙ୍କଠାରୁ ଭୁଲମାଗି ସେଠାରୁ ପଳାଇଯାଇଥିଲା । ଏ ନେଇ ରାଜକନିକା ଥାନାରେ କୈଣସି ଅଭିଯୋଗ ହୋଇନଥିବା ଜଣାପଡିଛି ।