ଓସ୍କାର ଆୱାର୍ଡ ପାଇଁ ‘ଗଲି ବଏ’ ମନୋନୀତ

ଜୋୟା ଅଖତର ନିର୍ଦ୍ଦେଶିତ ଫିଲ୍ମ ‘ଗଲିବଏ’ ୯୨ତମ ସମ୍ମାନଜନକ ଓସ୍କାର ଆୱାର୍ଡ ପାଇଁ ମନୋନୀତ ହୋଇଛି। ଫିଲ୍ମ ପ୍ରଯୋଜକ ଫରାହାନ୍ ଅଖତର ନିଜେ ଟ୍ୱିଟ୍ କରି ଏହି ଘୋଷଣା କରିଛନ୍ତି। ଗଲିବଏ ଓସ୍କାର ଆୱାର୍ଡ ପାଇଁ ମନୋନୀତ େହେବାନେଇ ସେ ଖୁସି ଜାହିର କହିବା ସହ ଆପନା ଟାଇମ୍ ଆୟେଗା ବୋଲି କହିଛନ୍ତି। ଏହାସହ ସେ ଫିଲ୍ମ ସମ୍ପୂର୍ଣ୍ଣ ଟିମ୍ କୁ ଧନ୍ୟବାଦ ଦେଇଛନ୍ତି । କରନ୍ ଜୋହର ମଧ୍ୟ ଟ୍ୱିଟ୍ କରି ପୂରା ଟିମ୍ କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଗଲି ବଏକୁ ଚଳିତ ବର୍ଷର ପ୍ରିୟ ଫିଲ୍ମ ବୋଲି ସେ କହିଛନ୍ତି। ଏହା ସହ ଜୋୟା ଅଖତରଙ୍କୁ ସେ ତାଙ୍କର ପ୍ରିୟ ଫିଲ୍ମ ନିର୍ମାତା ବୋଲି କହିଛନ୍ତି

ତେବେ ଏହି ଫିଲ୍ମରେ ରଣବୀର ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ଜଣେ ଷ୍ଟ୍ରିଟ୍ ରାପର ନିଜର କଠିନ ପରିଶ୍ରମ ବଳରେ ଲକ୍ଷ୍ୟ ହାସଲ କରିପାରିଛି, ତାହାକୁ ନେଇ ଏହି ଫିଲ୍ମର କାହାଣୀ ଗତିଶୀଳ ହୋଇଛି।