ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ପାଇଁ ଡେମୋକ୍ରେଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟିର ନେତା ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡ଼ିଥିବା କହିଛନ୍ତି । ଆଜାଦ କହିଛନ୍ତି ଯେ, କେବଳ ମୁଁ ନୁହେଁ ବରଂ ୩ ଡର୍ଜନ ଲୋକ ରାହୁଲଙ୍କ ପାଇଁ କଂଗ୍ରେସ ଛାଡ଼ିଛନ୍ତି । ସେଥିମଧ୍ୟରୁ ୯୦ ପ୍ରତିଶତ ଯୁବ ନେତା ରହିଛନ୍ତି ।
ଏହାସହ ରାହୁଲଙ୍କ ସାଂସଦ ସଦସ୍ୟତା ଯିବା ସମ୍ପର୍କରେ ଗୁଲାମ ନବୀ ଆଜାଦ କହିଛନ୍ତି ଯେ, ରାହୁଲ ଗାନ୍ଧୀ ପ୍ରତିଟି ଜାଗାରେ ନିଜେ ହିଁ ବିଦାଦ ସୃଷ୍ଟି କରିଥାନ୍ତି ଏଥିରେ କୌଣସି ସନ୍ଦେହ ନାହିଁ । ଗୋଟିଏ ପ୍ରସଙ୍ଗ ଉପରେ ୯ ବର୍ଷ ଧରି ଚର୍ଚ୍ଚା କରିଥାନ୍ତି । ଭାରତରେ ଅନେକ ସମସ୍ୟା ରହିଛି ସେନେଇ ଆଲୋଚନା କରନ୍ତିନି ।