କରୋନା ଟେଷ୍ଟ କରାଇଲେ ଗୁଜରାଟ ମୁଖ୍ୟମନ୍ତ୍ରୀ

ଗୁଜରାଟ: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ କରୋନା ଟେଷ୍ଟ କରାଇଛନ୍ତି। ଗୁଜରାଟ ସରକାରଙ୍କ କହିବାନୁସାରେ, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଥିଲେ ମଧ୍ୟ ସାବଧାନତା ଦୃଷ୍ଟିରୁ ହୋମ କ୍ୱାରେଣ୍ଟାଇଟନରେ ରହିବାର ନିଷ୍ପତ୍ତି ନେଇଛନ୍ତି। ଆଉ ଏବେ ସେ ଘରେ ରହି ଭିଡିଓ କନଫରେନ୍ସିଂ ଜରିଆରେ କାର୍ଯ୍ୟଭାର ସମ୍ଭାଳିବେ। ମିଳିଥିବା ରିପୋର୍ଟ ମୁତାବକ, ମୁଖ୍ୟମନ୍ତ୍ରୀ ରୂପାନୀ ଓ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ ଗତକାଲି କଂଗ୍ରେସ ବିଧାୟକ ଇମ୍ରାନ ଖେଡ଼ାବାଲାଙ୍କ ସହ ଏକ ବୈଠକ କରିଥିଲେ। କିନ୍ତୁ ବୈଠକର କିଛି ଘଣ୍ଟା ପରେ ବିଧାୟକ ଖେଡ଼ବାଲାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜେଟିଭ୍ ଆସିଥିଲା। ପରେ ଉଭୟ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ କରୋନା ଟେଷ୍ଟ କରାଯିବା ସହ ସାବଧନତା ଅବଲମ୍ବନ କରିବାକୁ କୁହାଯାଇଛି।