ଗୁଜରାଟ ହାଇକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି; କାର୍ଯ୍ୟକାଳର ହେବ ଲାଇଭ୍ ଷ୍ଟ୍ରିମିଂ

ଅହମ୍ମଦାବାଦ,ଏଜେନ୍ସି: ଗୁଜରାଟ ହାଇକୋର୍ଟ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଶନିବାର (୨୦୨୧ ଜୁଲାଇ ୧୭) ଠାରୁ ଅଦାଲତର ସମସ୍ତ କାର୍ଯ୍ୟର ଲାଇଭ୍ ଷ୍ଟ୍ରିମିଂ ହେବ। ଏଥି ସହିତ ଗୁଜରାଟ ହାଇକୋର୍ଟ ଏଭଳି କାମ କରିବାରେ ଦେଶର ପ୍ରଥମ ଉଚ୍ଚ ନ୍ୟାୟାଳୟ ହୋଇଯିବ। କୋର୍ଟ ଅଦାଲତର କାର୍ଯ୍ୟ ଲାଇଭ୍ ଷ୍ଟ୍ରିମିଂ ପାଇଁ କିଛି ସ୍ୱତନ୍ତ୍ର ନିୟମ କରିଛନ୍ତି।

ଗୁଜରାଟ ହାଇକୋର୍ଟ ପ୍ରଥମ ଥର ୨୦୨୦ ଅକ୍ଟୋବର ୨୬ରେ ପ୍ରଥମ ଥର ପରୀକ୍ଷାମୂଳକ ଭାବରେ ଅଦାଲତର କାର୍ଯ୍ୟର ଲାଇଭ ଷ୍ଟିମିଂ ଆରମ୍ଭ କରିଥିଲେ। ଏହାକୁ ୟୁଟ୍ୟୁବ ମାଧ୍ୟମରେ ଯେକୌଣସି ଲୋକ ଦେଖିପାରିବେ। ଅଦାଲତର ଅଫସିଆଲ ୟ୍ୟୁଟ୍ୟୁବ ଚ୍ୟାନେଲ ଲାଇଭ୍ ଷ୍ଟ୍ରିମିଂ ୪୧ ଲକ୍ଷ ଥର ଦେଖାଯାଇଛି। ଏଥି ସହିତ ୬୫ ହଜାର ଲୋକ ଚ୍ୟାନେଲକୁ ସବସ୍କ୍ରାଇବ କରିଛନ୍ତି।

ହାଇକୋର୍ଟଙ୍କ ରେଜିଷ୍ଟାର ଜେନେରାଲ ଏକ ବିଜ୍ଞପ୍ତିରେ କହିଛନ୍ତି ଯେ, କୋର୍ଟ ଶନିବାର (ଜୁଲାଇ ୧୭) ଏକ ଅନଲାଇନ ସମାରୋହକୁ ଔପଚାରିକ ଭାବେ ଅନ୍ୟ ଇଚ୍ଛୁକ ପୀଠର ଅଦାଲତର କାର୍ଯ୍ୟର ଲାଇଭ୍ ଷ୍ଟ୍ରିମିଂ ଆରମ୍ଭ କରିବେ। ଭାରତର ପ୍ରଧାନ ବିଚାରପତି ଏନଭି ରମଣା ସମାରୋହରେ ମୁଖ୍ୟ ଅତିଥି ହେବେ ଏବଂ କାର୍ଯ୍ୟକ୍ରମ ଉଦଘାଟନ କରିବେ।