ଜେଲ ବିଭାଗ ପାଇଁ ଗାଇଡଲାଇନ ଜାରି, କରୋନା ପଜିଟିଭ ଥିଲେ ଜେଲ ମନା

ଭୁବନେଶ୍ବର,ଏନ୍ଏନ୍ଏସ୍: କରୋନା ନେଇ ଜେଲ ବିଭାଗ ପାଇଁ ଗାଇଡଲାଇନ ଜାରି କରାଯାଇଛି। ସମସ୍ତ ଜେଲ ଅଧୀକ୍ଷକମାନଙ୍କୁ ଗାଇଡଲାଇନ ପଠାଇଛନ୍ତି ଜେଲ୍ ଡିଜି। କେହି ଅନ୍ତେବାସୀ ପଜିଟିଭ ଚିହ୍ନଟ ହେଲେ କୋଭିଡ ହସ୍ପିଟାଲରେ ଭର୍ତ୍ତି ହେବେ ବୋଲି ଗାଇଡଲାଇନରେ ରହିଛି। କୋର୍ଟଙ୍କ ରିମାଣ୍ଡ ଅନୁମତି ଆଣି ସଂପୃକ୍ତ ବନ୍ଦୀଙ୍କୁ ହସ୍ପିଟାଲ ପଠାଯିବ। ପଜିଟିଭଙ୍କୁ ସିସିସି ଏବଂ ଗୁରୁତରଙ୍କୁ କୋଭିଡ କେୟାର ହସ୍ପିଟାଲ ପଠାଯିବ।

କୌଣସି କୋଭିଡ ଆକ୍ରାନ୍ତଙ୍କୁ ଜେଲ ପରିସରରେ ରଖାଯିବ ନାହିଁ। ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ବଢି ବଢି ଚାଲିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଆଗକୁ ସ୍ଥିତି କଣ ହେବ କିଛି କହିହେବନି। ଏଥିପାଇଁ ସରକାର ଦରକାର ପଡିଲେ କଠୋର ପଦକ୍ଷେପ ମଧ୍ୟ ଗ୍ରହଣ କରିପାରନ୍ତି। ଦେଶରେ କରୋନା କହର ପୁଣି ମାଡିବାରେ ଲାଗିଛି। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଏହା ଅଧିକ ମାତ୍ରାରେ ବ୍ୟାପୁଛି।