ମନ୍ଦିରରେ ପ୍ରସାଦ ବିତରଣକୁ ନା’

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଆଉ ଏହି ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଭିନ୍ନ ଭିନ୍ନ କ୍ଷେତ୍ର ପାଇଁ କିଛି ଗାଇଡଲାଇନ ଜାରି କରାଯାଇଛି। ଜୁନ୍ ୮ରୁ ‘ଅନଲକ-୧’ ଅନ୍ତର୍ଗତ କଣ୍ଟେନମେଣ୍ଟ ଜୋନ ବ୍ୟତୀତ ସବୁଠି ଧାର୍ମିକସ୍ଥଳୀ ଖୋଲାଯିବାର ପଦକ୍ଷେପ ନିଆଯାଇଛି। ତେଣୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି ଗାଇଡଲାଇନ ଜାରି କରାଯାଇଛି।

– ଧାର୍ମିକସ୍ଥଳରେ ବଡ଼ ସଂଖ୍ୟକ ଲୋକ ଏକତ୍ରିତ ହେବାର ସମ୍ଭାବନା ରହିଥିବାବେଳେ ଏଠାରେ ସାମାଜିକ ଦୂରତ୍ୱ ସହ ଅନ୍ୟ ନିୟମ ପାଳନ କରିବାକୁ ପଡ଼ିବ।
– ଭଜନ ସମୂହକୁ ଗାଇବାର ଅନୁମତି ମିଳିବ ନାହିଁ । କିନ୍ତୁ ରେକର୍ଡେଡ ଭଜନ ବାଜିପାରିବ।
– ସାମୂହିକ ପ୍ରାର୍ଥନା ହୋଇପାରିବ ନାହିଁ।
– ପ୍ରସାଦ ବିତରଣ ଓ ଗଙ୍ଗା ଜଳ ଛିଂଚା ଯାଇପାରିବ ନାହିଁ।
– ଦେବତାଙ୍କ ପ୍ରତିମୂର୍ତ୍ତି ଓ ପୁସ୍ତିକାକୁ କେହି ଛୁଇଁବେ ନାହିଁ।
– ଧାର୍ମିକସ୍ଥଳୀ ପରିସରରେ ଭକ୍ତଙ୍କ ମଧ୍ୟରେ ୬ ମିଟର ଦୂରତା ରଖାଯିବା ନିହାତି ଜରୁରୀ।