ଓଟିଟି ପ୍ଲାଟଫର୍ମ ଲାଗି ଜାରି ହେବ ଗାଇଡଲାଇନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୱେବ ସିରିଜର କଣ୍ଟେଣ୍ଟକୁ ନେଇ ବଢ଼ୁଥିବା ବିବାଦର ସ୍ଥାୟୀ ସମାଧାନ କରିବାକୁ ପଦକ୍ଷେପ ନେଇଛନ୍ତି। ସରକାର ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମ ଓ ଅନଲାଇମ ଷ୍ଟ୍ରିମିଂ କଣ୍ଟେଟକୁ ପରିଚାଳିତ କରିବା ପାଇଁ ଗାଇଡଲାଇନ ଜାରି କରିବେ।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ, ମନ୍ତ୍ରଣାଳୟ ଖୁବଶୀଘ୍ର ଓଭର ଦି ଟପ୍ (ଓଟିଟି) ପ୍ଲାଟଫର୍ମ ଲାଗି ଗାଇଡଲାଇନ ଜାରି କରିବ। କାରଣ ଏଠାରେ ଉପଲବ୍ଧ ଥିବା କିଛି ସିରିଜ ବିରୋଧରେ ଅନେକ ଅଭିଯୋଗ ଆସିଛି। ନିକଟରେ ତାଣ୍ଡବ ଓ ମିର୍ଜାପୁର ୱେବ ସିରିଜ ଏବଂ ଫିଲ୍ମ ‘ଏ ସୁଟେବଲ ବୟ’କୁ ନେଇ ବିବାଦ ଏତେ ବଢ଼ିଯାଇଥିଲା କି ଏହା ବିରୋଧରେ ଅନେକ ମାମଲା ଦାୟର ହୋଇଛି। ସେଥିପାଇଁ ଗାଇଲାଇନ ପ୍ରସ୍ତୁତ କରାଯିବାର ଆବଶ୍ୟକତା ରହିଛି।