ବାଲେଶ୍ୱର ଓ ତିର୍ତ୍ତୋଳ ବିଧାନସଭା ଉପନିର୍ବାଚନ ପାଇଁ ଗାଇଡଲାଇନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଓ ତିର୍ତ୍ତୋଳ ବିଧାନସଭା ଉପନିର୍ବାଚନ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ନିର୍ବାଚନ ଅଧିକାରୀ୨ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ନିର୍ବାଚନ ସମ୍ପର୍କରେ ଆଲୋଚନା କରିଛନ୍ତି। କୋଭିଡ ଗାଇଡଲାଇନ ଅନୁସାରେ ସାମାଜିକ ଦୂରତ୍ୱ, ଥର୍ମାଲ ସ୍କ୍ରିନିଂ, ମାସ୍କ, ଗ୍ଲୋବ୍ସ ପିନ୍ଧିବା ବାଧ୍ୟତାମୂଳକ। ଜଣେ ଅଭିଜ୍ଞ ଡାକ୍ତରଙ୍କୁ ନୋଡାଲ ସ୍ୱାସ୍ଥ୍ୟ ଅଧିକାରୀ ଭାବେ ନିଯୁକ୍ତି ମିଳିବ। ଗୋଟିଏ ବୁଥରେ ସର୍ବାଧିକ ହଜାରେ ଭୋଟର ଭୋଟ ଦେଇପାରିବେ। ଭିଡ଼ କମାଇବା ପାଇଁ ଅତିରିକ୍ତ ବୁଥ ଗଠନ ଉପରେ ନିଷ୍ପତ୍ତି ନିଆଯିବ। କୋଭିଡ ସଂକ୍ରମିତଙ୍କୁ ଶେଷ ପର୍ଯ୍ୟାୟରେ ଭୋଟ ଦେବାକୁ ଅନୁମତି ମିଳିବ।