ଭୂମିପୂଜନର ଅତିଥିଙ୍କୁ ମିଳିବ ରୂପାମୁଦ୍ରା

ନୂଆଦିଲ୍ଲୀ,ଏଜେନ୍ସି: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ଉତ୍ସବରେ ଯୋଗ ଦେବା ଲାଗି ୧୩୫ ଜଣ ସାଧୁସନ୍ଥଙ୍କ ସମେତ ମୋଟ ୧୭୫ ଜଣଙ୍କୁ ଆମନ୍ତ୍ରଣ କରାଯାଇଛି। ଏହି ଅତିଥିମାନଙ୍କୁ ପ୍ରସାଦ ସ୍ୱରୁପ ରୂପାମୁଦ୍ରା, ଲଡୁ ବାକ୍ସ ଓ ରାମ ଦରବାରର ଫଟୋ ପ୍ରଦାନ କରାଯିବ। ଏହି ରୂପାମୁଦ୍ରାର ଗୋଟିଏ ପାଶ୍ୱର୍ରେ ରାମ ଦରବାରର ଚିତ୍ର ରହିବ ଏବଂ ଅନ୍ୟ ପାଶ୍ୱର୍ରେ ରାମମନ୍ଦିର ଟ୍ରଷ୍ଟର ସଙ୍କେତ ରହିବ। ରାମ ଦରବାରରେ ଭଗବାନ ରାମ, ସୀତା ଓ ହନୁମାନଙ୍କ ଚିତ୍ର ରହିବ। ବୁଧବାର ଅନୁଷ୍ଠିତ ହେଉଥିବା ଏହି ଭୂମିପୂଜନ ଉତ୍ସବରେ ଅତିଥି ଏବଂ ଅଯୋଧ୍ୟାବାସୀଙ୍କୁ ‘ରଘୁପତି ଲଡୁ’ ବଣ୍ଟାଯିବ। ପ୍ରାୟ ୧.୨୫ ଲକ୍ଷ ଲଡୁ ବଣ୍ଟାଯିବା ପାଇଁ ପ୍ରସ୍ତୁତ କରାଯାଇଛି। ଅନ୍ୟ ରାଜ୍ୟ ବା ଜିଲ୍ଲାରୁ ଆସୁଥିବା ଅତିଥିମାନଙ୍କୁ ମଙ୍ଗଳବାର ସଂଧ୍ୟା ସୁଦ୍ଧା ପହଞ୍ଚିବା ଲାଗି କୁହାଯାଇଥିଲା।