ବ୍ୟବସାୟୀଙ୍କ ଘରେ ଜିଏସଟି ଟିମର ଚଢ଼ଉ

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ର ଜନୈକ ମସଲା ବ୍ୟବସାୟୀଙ୍କ ଘରେ ଜିଏସଟି ଟିମ୍ ତରଫରୁ ଚଢ଼ଉ କରାଯାଇଛି। ତେବେ ଚଢ଼ଉ ଜାରି ରହିଥିବାବେଳେ ସବିଶେଷ ତଥ୍ୟ ମିଳିପାରିନାହିଁ।

ସୂଚନାଯୋଗ୍ୟ, ନନ୍ଦିକିଶୋର କେଡ଼ିିଆ ନାମକ ମସଲା ବ୍ୟବସାୟୀଙ୍କ ବରଗଡ଼ ଗଣପତି ଭିଲ୍ଲାସ୍ଥିତ କ୍ୱାର୍ଟର ନମ୍ବର ବି-୨ରେ ରାଜ୍ୟ ସିଟି ଏଣ୍ଡ ଜିଏସଟି ଏନଫୋର୍ସମେଣ୍ଟ ଟିମ୍ ତରଫରୁ ଏହି ଚଢ଼ଉ କରାଯାଇଛି। ମସଲା ବ୍ୟବସାୟୀ ଶ୍ରୀ କେଡ଼ିଆ ଜିଏସଟି ଟ୍ୟାକ୍ସ ଫାଙ୍କୁଥିବା ନେଇ ଅଭିଯୋଗ ହୋଇଛି।