ଓଡ଼ିଶାରେ ସୁନାଖଣି ଥିବାନେଇ ଜିଏସଆଇର ଅନୁମାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଅନେକ ଶତାବ୍ଦୀ ଧରି ଓଡିଶାରେ ଖଣିଜ ସମ୍ପଦ ଭରପୂର ହୋଇ ରହିଥିବା ଏକଥା ଆମେ ଜାଣିଛେ କିନ୍ତୁ ବର୍ତ୍ତମାନ ଓଡିଶାରେ ବହୁ ମୂଲ୍ୟବାନ ଖଣିଜ ସମ୍ପଦ ଥିବା ନେଇ ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ(ଜିଏସଆଇ) ପ୍ରକାଶ କରିଛି। ଏ ନେଇ ଓଡିଶାର ୮ଟି ବ୍ଲକକୁ ଚିହ୍ନଟ କରାଯାଇଛି। ଦେଓଗଡ ବ୍ଲକରେ ସୁନା, ମୟୁରଭଞ୍ଜ କେଶବପୁର ଅଞ୍ଚଳରେ କପର ଓ ନିକେଲ, ଦେଓଗଡରେ କପର, ଯାଜପୁର ଜିଲ୍ଲା ସୁକିନ୍ଦାର ବଉଳା ଅଞ୍ଚଳରେ ପ୍ଲାଟିନମ୍ ଓ କ୍ରୋମିୟମ, ସୁନ୍ଦରଗଡରେ ଜିଙ୍କ ଏବଂ ନୂଆପଡିର କାଲିମଦଦର ଅଞ୍ଚଳରେ ହୀରା ଥିବା ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି।

ଏହି ରିପୋର୍ଟକୁ ନେଇ ଜିଏସଆଇ ଏକ ହେଲିକପ୍ଟର ଇଲେକ୍ଟ୍ରୋ ମାଗ୍ନେଟିକ୍ ସର୍ଭେ ପ୍ରକୃତ ଗଚ୍ଛିତ ଖଣିଜର ଆକଳନ ଉପରୋକ୍ତ ଅଞ୍ଚଳରେ କରିଥିଲା। ପୂର୍ବରୁ ଏହିସବୁ ଅଞ୍ଚଳରେ ମାଟି ଖୋଳି ଏହି ଅଞ୍ଚଳର ଗଚ୍ଛିତ ଖଣିଜ ଦ୍ରବ୍ୟର ଆକଳନ କରାଯାଇଥିଲା କିନ୍ତୁ ପ୍ରଥମଥର ପାଇଁ ହେଲିକପ୍ଟର ଇଲେକ୍ଟ୍ରୋ ମାଗ୍ନେଟିକ୍ ସର୍ଭେ କରାଯାଇଛି। ଏହି ସର୍ଭେକୁ ନେଇ ଗୁରୁବାର ଏକ କର୍ମଶାଳା ଜିଏସଆଇ ଅଧିକରୀଙ୍କ ଉପସ୍ଥିତିରେ କରାଯାଇଥିଲା।

ନିକଟ ଅତୀତରେ ରାଜ୍ୟ ସରକାର ଏହି ସର୍ଭେ ରିପୋର୍ଟକୁ ଜିଏସଆଇକୁ ହସ୍ତାନ୍ତର କରାଯାଇଛି। ଯାହା ପରବର୍ତ୍ତୀ ସମୟରେ ଅଧିକ ଅନୁଧ୍ୟାନ ପାଇଁ ଏହି ରିପୋର୍ଟକୁ ଇଡପେକ୍ସ ପ୍ରାଇଭେଟ୍ ଲିଃକୁ ଦିଆଯାଇଛି। ତେବେ ଏହି ଅନୁଧ୍ୟାନ ସମୟରେ କେଉଁ ଖଣିଜ ଦ୍ରବ୍ୟ କେଉଁ ଅଞ୍ଚଳରେ ମିଳିବ ତାହା ପଦାକୁ ଆସିପାରିବ। ତେବେ ଏହି ରିପୋର୍ଟର ସମ୍ପୂର୍ଣ୍ଣ ଅନୁଧ୍ୟାନ ପରେ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।