ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଫାର୍ମରେ ପଶିଗଲେ ହାତୀ ପଲ, ଜଣେ ଆହତ

ଭୁବନେଶ୍ୱର,ଏନଏନଏସ: ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଫାର୍ମ ହାଉସ୍ ରେ ପଶି ୧୦ରୁ ଅଧିକ ହାତୀ ଫସଲ ନଷ୍ଟ କରିଛନ୍ତି । ଫାର୍ମ ହାଉସ୍ ର କେୟାର ଟେକର ପଙ୍କଜ ବିଶ୍ୱାଳ ମଧ୍ୟ ହାତୀ ଆକ୍ରମଣର ଶୀକାର ହୋଇଛନ୍ତି । ତାଙ୍କୁ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତି କରାଯାଇଛି । ହାତୀପଲ ସେଠାରେ ୧୦ ଏକରରୁ ଊଦ୍ଧ୍ୱର୍ ଧାନ ଫସଲ ଏବଂ ବିଭିନ୍ନ ଜାତିର ଔଷଧୀୟ ବୃକ୍ଷ ନଷ୍ଟ କରି ପକାଇଛନ୍ତି ।