ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ବନାଞ୍ଚଳ ଅନ୍ତର୍ଗତ କାଲକାଠ-କୁଣ୍ଡାପିଠା ଗ୍ରାମ୍ୟ ଜଙ୍ଗଲକୁ ଏକ ୧୦ ଟିକିଆ ହାତୀପଲ ଗତକାଲିଠାରୁ ପଶି ଆସିଥିବାରୁ ଗ୍ରାମବାସୀମାନେ ଭୟଭୀତ ହୋଇ ପଡ଼ିଛନ୍ତି । ସୂଚନା ପାଇ ଦେବଗଡ଼ ଫରେଷ୍ଟ ସେକ୍ସନ ବନ କର୍ମଚାରୀମାନେ ପ୍ରବଳ ଗରମ ସତ୍ୱେ ଉକ୍ତ ଅଞ୍ଚଳରେ ଜଗି ରହିବା ସହ ଦ୍ରୋଣ କ୍ୟାମେରା ସାହାଯ୍ୟରେ ହାତୀ ପଲଙ୍କ ଗତିବିଧି ଉପରେ ନଜର ରଖିଛନ୍ତି । ଏହାସହ ହାତୀଙ୍କ ନିକଟକୁ ନ ଯିବାକୁ ଗ୍ରାମବାସୀଙ୍କୁ ସତର୍କ କରୁଥିବା ଦେଖିବାକୁ ମିଳିଛି।