ଝାରପଡାରେ ସଟର୍ ଟେକି ଚାଲୁଥିଲା ଲୁଗା ବେପାର, ରେଡ୍ ମାରିଲା ପୁଲିସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରଜ ପାଇଁ ଭୁଲିଗଲେ ନିୟମ। ଦୋକାନରେ ଝିଅ ବୋହୂ କିଣୁଥିଲେ ଲୁଗା। ସଟର୍ ଟେକି ଦୋକାନୀ କରୁଥିଲା ବେପାର। ସୂଚନା ପାଇବା ପରେ ପୁଲିସ ଚଢ଼ଉ କରି ଦୋକାନକୁ ସିଲ କରିଛି।

ସୂଚନା ଅନୁସାରେ ରାଜଧାନୀର ଲକ୍ଷ୍ମୀସାଗର ଥାନା ଝାରପଡା ଛକରେ ଏକ ଲୁଗା ଦୋକାନୀ ସଟର୍ ଟେକି ବେପାର କରୁଥିବା ପୁଲିସ ଖବର ପାଇ ଚଢ଼ଉ କରିଥିଲା। ସାଇ ସଗୁନ ଫ୍ୟାସନ ଲୁଗା ଦୋକାନରେ ପୁଲିସର ଚଢ଼ଉ କରି ଦୋକାନ ସିଲ୍ କରିବା ସହ ମାଲିକ ଓ ଗ୍ରାହକଙ୍କୁ ମଧ୍ୟ ଅଟକ ରଖିଛି। ଚଢ଼ଉରେ ମୋଟା ଅଙ୍କର ଫାଇନ୍ ଆଦାୟ କରାଯାଇଥିବା ସୂଚନା ମିଳିଛି।

କରୋନା ମହାମାରୀ ଯୋଗୁଁ ରାଜ୍ୟ ସରକାର ଏହି ସବୁ ଦୋକାନ ପାଇଁ କଟକଣା ଜାରି କରିଥିଲେ ସୁଦ୍ଧା ଦୋକାନୀ ମାନେ ଆଇନ ଉଲ୍ଲଂଘନ କରି ବେପାର କରୁଛନ୍ତି। ଗୁରୁବାର ଏନେଇ ପୁଲିସ କମିସନର କଡା ଚେତାବନୀ ଦେଇଥିଲେ। ଏହାପରେ ଆକ୍ସନ ମୁଡରେ ଆସିଛି କମିସନରେଟ ପୁଲିସ।