ଖୋର୍ଦ୍ଧା କ୍ରାଇମବ୍ରାଞ୍ଚ ଏସଟିଏଫକୁ ବଡ଼ ସଫଳତା

୧୦ଟି ବନ୍ଧୁକ ସହ ୮ ରାଉଣ୍ଡ ଗୁଳି ଜବତ, ୨ ଆନ୍ତଃରାଜ୍ୟ ବନ୍ଧୁକ ବେପାରୀ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ରଣପୁର ସିକୋ ଅଞ୍ଚଳରେ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ୍ ଚଢ଼ଉ କରିଛି। ଚଢ଼ଉବେଳେ ୧୦ଟି ବନ୍ଧୁକ ଜବତ କରିବା ସହ ୨ଜଣ ଆନ୍ତଃରାଜ୍ୟ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି କରିଛି ଏସଟିଏଫ। ଏହି ଅଞ୍ଚଳରେ ଦୀର୍ଘଦିନ ଧରି ବେଆଇନ ବନ୍ଧୁକ କାରବାର ହେଉଥିବା ଖବରପାଇ ଏସଟିଏଫ ଟିମ୍ ଚଢ଼ଉ କରିଥିଲା। ତେବେ ବନ୍ଧୁକ ବିକ୍ରି ପାଇଁ ଡିଲ୍ ଚାଲିଥିବାବେଳେ ୨ ଜଣ ବ୍ୟବସାୟୀଙ୍କୁ ଟିମ୍ କାବୁ କରିଥିଲା। ଏଥିସହ ସେଠାରୁ ୧୦ଟି ବନ୍ଧୁକ ଓ ୮ରାଉଣ୍ଡ ଗୁଳି ମଧ୍ୟ ଜବତ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ମଧ୍ୟରୁ ଜଣେ ନୟାଗଡ଼ ରଣପୁର ଅଞ୍ଚଳର ହୋଇଥିବାବେଳେ ଅନ୍ୟ ଜଣେ ଖୋର୍ଦ୍ଧା ଟାଉନର। ଉଭୟଙ୍କ ନାମରେ ବିଭିନ୍ନ ଜିଲ୍ଲାରେ ଏକାଧିକ ଆପରାଧିକ ମାମଲା ରହିଥିବା ସୂଚନା ମିଳିଛି।