ଆଇଏଏସସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଆଇଏଏସସ୍ତରରେ ବଡ଼ଧରଣର ଅଦଳବଦଳ ହୋଇଛି। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ପ୍ରେମଚାନ୍ଦ ଚୌଧୁରୀ ଡବ୍ଲ୍ୟୁଓଡିସି ସିଇଓ ହୋଇଥିବାବେଳେ ଭୁପିନ୍ଦର ସିଂହ ପୁନିଆ ହେଲେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଓଏସଇପିଏ। ଲିଙ୍ଗରାଜ ପଣ୍ଡା ଗଜପତି ଜିଲ୍ଲାପାଳଭାବେ ବଦଳି ହୋଇଥିବାବେଳେ ମୋନୀଷା ବାନାର୍ଜୀଙ୍କୁ ସୁବର୍ଣ୍ଣପୁରରୁ ବରଗଡ଼କୁ ବଦଳି କରାଯାଇଛି। ଅବୋଲି ସୁନୀଲ ନରଭଣେ ସୁବର୍ଣ୍ଣପୁର ଜିଲ୍ଲାପାଳଭାବେ ନିଯୁକ୍ତି ପାଇଛନ୍ତି। ସେହିପରି ମାଲକାନାଗିରି ଜିଲ୍ଲାପାଳଭାବେ ବିଶାଲ ସିଂହଙ୍କୁ ନିଯୁକ୍ତି ମିଳିଛି।