ଓଡ଼ିଶା ରାଜସ୍ୱ ଅମଲା ସଂଘର ରାଜ୍ୟ ସଭାପତିଙ୍କୁ ବିପୁଳ ସମ୍ବର୍ଦ୍ଧନା

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଓଡ଼ିଶା ରାଜସ୍ୱ ଅମଲା ସଂଘର ୪ର୍ଥ ତ୍ରୟୋବାର୍ଷିକ ରାଜ୍ୟ ସମ୍ମିଳନୀ ସହିତ ସଂଘର ସାଧାରଣ ନିର୍ବାଚନ ଢେଙ୍କାନାଳ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ବିପୁଳ ଭୋଟ ବ୍ୟବଧାନରେ ପରାଜିତ କରି କ୍ରମାଗତ ଭାବେ ଦ୍ୱିତୀୟଥର ପାଇଁ ତ୍ରିପତି ବାଲାଜୀ ସାହୁ ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ଜିତି ନିଜ ଜିଲ୍ଲାକୁ ଫେରିବା ପରେ ଶ୍ରୀ ସାହୁଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ରଙ୍କ ସହିତ ଆରକ୍ଷୀ ଅଧୀକ୍ଷକ ଏସ ସୁଶ୍ରୀ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କାଳି ପ୍ରସାଦ ବେହେରା ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ରାଜସ୍ୱ ଅମଲା ସଂଘର ଜିଲ୍ଲା ଉପଦେଷ୍ଟା କୈଳାଶ ଚନ୍ଦ୍ର ଦାସ, ସଭାପତି ଆଶୁତୋଷ ମହାନ୍ତି ଓ ସମ୍ପାଦକ ତ୍ରିଲୋଚନ ନାୟକଙ୍କ ସହିତ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ରାଜସ୍ୱ ଅମଲା ଉପସ୍ଥିତ ଥିଲେ । ସେହିପରି ସଂଘର ସାଧାରଣ ସମ୍ପାଦକ ଭାବେ ନରେଶ ଚନ୍ଦ୍ର ମହାପାତ୍ର କ୍ରମାଗତ ଭାବେ ତୃତୀୟଥର ପାଇଁ ଓ କିର୍ତ୍ତୀ ରଞ୍ଜନ ପ୍ରଧାନ ପ୍ରଥମଥର ପାଇଁ ନିର୍ଦନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।