ହାଇଆଲର୍ଟରେ ପଠାନକୋଟ ପୁଲିସ, ସେନା କ୍ୟାମ୍ପକୁ ଗ୍ରେନେଡ ମାଡ

ଚଣ୍ଡିଗଡ,ଏଜେନ୍ସି: ପଞ୍ଜାବ ପଠାନକୋଟରେ ଗ୍ରେନେଡ ମାଡ। ପଠାନକୋଟ ଧିରା ବ୍ରିଜ ନିକଟରେ ଥିବା ସେନା କ୍ୟାମ୍ପ ତ୍ରିବେଣୀ ଫାଟକରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। କିଛି ବାଇକ ଚାଳକ ସେନା କ୍ୟାମ୍ପକୁ ଗ୍ରେନେଡ ମାଡ କରିଥିବା ବିଶେଶସୁତ୍ରରୁ ସୂଚନା ମିଳିଛି। ଗ୍ରେନେଡ ବିସ୍ଫୋରଣରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ।

ଖବର ପାଇ ଘଟଣାସ୍ଥଳରେ ପୁଲିସ ଓ ପଠାନକୋଟ ଏସପି ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରୁଛନ୍ତି। ଏଥି ସହ ପଠାନକୋଟର ସମସ୍ତ ପୁଲିସ କର୍ମଚାରୀଙ୍କୁ ସଜାଗ ରହିବା ପାଇଁ କୁହାଯାଇଛି।