ଖଡିଆମାଲ ଓ ନକ୍ସାପାଲିରେ ଶୀଘ୍ର ତିଆରି ହେବ ଗ୍ରାମୀଣ ପାର୍କ

ଝାରସୁଗୁଡା,କିର୍ମିରା,ଏନ୍ଏନ୍ଏସ୍: କିର୍ମିରା ବ୍ଲକର ନକ୍ସାପାଲି ଓ ଖଡିଆମାଲ ଗ୍ରାମରେ ଖୁବଶୀଘ୍ର ତିଆରି ହେବ ଗ୍ରାମୀଣ ପାର୍କ । ଏଥିପାଇଁ ଆଜି ବ୍ଲକ ଚେୟାରମ୍ୟାନ ତେଜରାଜ ସାହୁ ଉଭୟ ଗ୍ରାମରେ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ପାର୍କ ତିଆରି ଫଳରେ ଗ୍ରାମାଞ୍ଚଳର ବାତାବରଣ ଆହୁରି ପରିସ୍କାର ହେବାସହ ଏଠାରେ ଥିବା ବୃକ୍ଷଲତାର ଅଧିକ ଯତ୍ନ ନିଆଯାଇ ପାରିବ। ଏହି ପାର୍କକୁ ସୁନ୍ଦର ଓ ସୁରକ୍ଷିତ ରଖିଲେ ଆଗାମୀ ଦିନରେ ଜିଲ୍ଲା ତଥା ଜିଲ୍ଲା ବାହରୁ ମଧ୍ୟ ଲୋକଙ୍କ ପାଇଁ ଏହା ପର୍ଯ୍ୟଟନସ୍ଥଳୀମଧ୍ୟ ହୋଇ ପାରିବ ବୋଲି ଶ୍ରୀ ସାହୁ କହିଛନ୍ତି। ଏହି ଅବସରରେ କିର୍ମିରା ବିଡିଓ ଜୟନ୍ଦ୍ର ସେଠୀ, ଜିପିଓ ଭୋପାଳ ଚନ୍ଦ୍ର ଜୟପୁରିଆ, ଖଡିମାଲ ସରପଞ୍ଚ ନଟୱରଲାଲ, ନକ୍ସାପାଲି ସରପଞ୍ଚ ଜାନକୀ ଜଗତ ପ୍ରମୁଖଙ୍କସହ ସ୍ଥାନୀୟଲୋକେ ଉପସ୍ଥିତ ଥିଲେ।