ନୂଆଦିଲ୍ଲୀ: ଦେଶର ବିଭିନ୍ନ ଅଞ୍ଚଳରେ ଫସି ରହିଥିବା ରାଜ୍ୟର ପ୍ରବାସୀ ଶ୍ରମିକଙ୍କର ସମସ୍ତ ପରିବହନ ଖର୍ଚ୍ଚ ରାଜ୍ୟ ସରକାର ତୁଲାଇବେ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି। ଏ ସମ୍ବନ୍ଧରେ ରାଜ୍ୟର ମୁଖ୍ୟ ସଚିବ ରାଜୀବ ସିହ୍ନାଙ୍କ ଦ୍ୱାରା ରେଲୱେ ବୋର୍ଡର ଅଧ୍ୟକ୍ଷ ବିନୋଦ କୁମାର ଯାଦବଙ୍କୁ ଏକ ପତ୍ର ଲେଖାଯାଇଛି। ଶ୍ରମିକଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ୧୦୫ଟି ଟ୍ରେନର ବ୍ୟବସ୍ଥା କରାଯାଇଛି। ଏହି ୧୦୫ରୁ ୩ଟି ଟ୍ରେନ ଶନିବାର କଲିକତାରୁ ବାହାରି ଦିନ ଦିଲ୍ଲୀ, ମୁମ୍ବାଇ ଓ ବାଙ୍ଗାଲୁରୁ ଅଭିମୁଖେ ଗସ୍ତ କରିବ। ଲକଡାଉନ ଯୋଗୁ ଫସି ରହିଥିବା ଶ୍ରମିକଙ୍କୁ ଘରକୁ ଫେରାଇ ଆଣିବାର ପ୍ରକ୍ରିୟା ସରକାରଙ୍କ ତରଫରୁ ଜୁନ ୧୪ ପର୍ଯ୍ୟନ୍ତ ଜାରି ରହିବ।